ଡାକ ବିଭାଗ କାଲି ଠାରୁ ଆରମ୍ଭ କରିବ ୨୪ ସ୍ପିଡ ପୋଷ୍ଟ ସେବା, ଛଅ ବଡ଼ ସହରରେ ପରଦିନ ପାର୍ସଲ ଡେଲିଭରିର ଦାବି
ନୂଆଦିଲ୍ଲୀ,୧୬ ମାର୍ଚ୍ଚ(ହି.ସ.) – କେନ୍ଦ୍ର ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଡାକ ବିଭାଗର ୨୪ ସ୍ପିଡ ପୋଷ୍ଟ ସେବାର ମଙ୍ଗଳବାର, ୧୭ ମାର୍ଚ୍ଚକୁ ଶୁଭାରମ୍ଭ କରିବେ। ଏଥିରେ ଜରୁରୀ ପାର୍ସଲ ପରଦିନ ପହଂଚାଇବାର ପ୍ରତିଶ୍ରୁତି ଦିଆଯାଇଛି। ପ୍ରଥମ ସ୍ତରରେ ଏହି ସେବା ଦେଶର ଛଅ ବଡ଼ ସହରରେ ଆରମ୍ଭ
ଡାକ ବିଭାଗ କାଲି ଠାରୁ ଆରମ୍ଭ କରିବ ୨୪ ସ୍ପିଡ ପୋଷ୍ଟ ସେବା, ଛଅ ବଡ଼ ସହରରେ ପରଦିନ ପାର୍ସଲ ଡେଲିଭରିର ଦାବି


ନୂଆଦିଲ୍ଲୀ,୧୬ ମାର୍ଚ୍ଚ(ହି.ସ.) – କେନ୍ଦ୍ର ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଡାକ ବିଭାଗର ୨୪ ସ୍ପିଡ ପୋଷ୍ଟ ସେବାର ମଙ୍ଗଳବାର, ୧୭ ମାର୍ଚ୍ଚକୁ ଶୁଭାରମ୍ଭ କରିବେ। ଏଥିରେ ଜରୁରୀ ପାର୍ସଲ ପରଦିନ ପହଂଚାଇବାର ପ୍ରତିଶ୍ରୁତି ଦିଆଯାଇଛି। ପ୍ରଥମ ସ୍ତରରେ ଏହି ସେବା ଦେଶର ଛଅ ବଡ଼ ସହରରେ ଆରମ୍ଭ କରାଯିବ।

କେନ୍ଦ୍ର ସଂଚାର ମନ୍ତ୍ରାଳୟ ସୋମବାର ଦିନ କହିଛନ୍ତି ଯେ ୨୪ ସ୍ପିଡ ପୋଷ୍ଟ ସେବାରେ ଅତ୍ୟାବଶ୍ୟକ ଏବଂ ସମୟବଦ୍ଧ ପାର୍ସଲର ପରଦିନ ଗାରେଂଟିକୃତ ଡେଲିଭରି ସୁନିଶ୍ଚିତ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଚାର ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମ୍ମାସାନି ମଧ୍ୟ ଉପସ୍ଥିତ ରହିବେ।

ସରକାରଙ୍କ ମୁତାବିକ ଏହି ସେବା ପ୍ରଥମ ସ୍ତରରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ(ଡେସ୍ପାଚର ପରଦିନ ଡେଲିଭରି) ଏବଂ ଡି+୨(ଡେସ୍ପାଚର ଦୁଇ ଦିନରେ ଡେଲିଭରି) ଡେଲିଭରି ଟାଇମଲାଇନ୍ ସୁନିଶ୍ଚିତ କରିବ। ଏହି ସେବାକୁ ବିଶେଷ ପ୍ରୋସେସିଂ ୱିଣ୍ଡୋ ଏବଂ ପ୍ରାଥମିକତା ହୱାଇ ଟ୍ରାନ୍ସମିଶନ ବ୍ୟବସ୍ଥା ଜରିଆରେ ସକ୍ଷମ କରାଯାଇଛି। ନୂଆ ସେବାରେ ଓଟିପି ଆଧାରିତ ସୁରକ୍ଷିତ ଡେଲିଭରି, ଏଣ୍ଡ ଟୁ ଏଣ୍ଡ ଟ୍ରାକିଂ ସହିତ ଏସ୍ଏମ୍ଏସ୍ ଆଲର୍ଟ, ବିଜନେସ ଗ୍ରାହକଙ୍କ ପାଇଁ ବାୟନାଓ ପେ ଲେଟର(ବିଏନ୍ପିଏଲ୍) ସୁବିଧା, ବଲ୍କ ବୁକିଂ ପାଇଁ ମୁକ୍ତ ପିକ୍ଅପ୍, ଏପିଆଇ ଇଣ୍ଡିଗ୍ରେଶନ ଏବଂ କେନ୍ଦ୍ରିକୃତ ବିଲିଂ ପରି ସୁବିଧା ସାମିଲ ହେବ। ଯଦି ଡେଲିଭରିରେ ଡେରି ହୁଏ ତେବେ ଗ୍ରାହକଙ୍କୁ ମନି ବ୍ୟାକ୍ ଗ୍ୟାରେଂଟି ମଧ୍ୟ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

........................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande