
ଡେରାଡୁନ, ୧୬ ମାର୍ଚ୍ଚ (ହି.ସ.)- ଉତରାଖଣ୍ଡରେ ଅବସ୍ଥିତ ପବିତ୍ର ତୀର୍ଥସ୍ଥଳ ଶ୍ରୀ ହେମକୁଣ୍ଡ ସାହିବର ଦ୍ୱାର ଚଳିତ ବର୍ଷ ମେ ୨୩ ତାରିଖରେ ଭକ୍ତମାନଙ୍କ ପାଇଁ ଖୋଲାଯିବ। ସୋମବାର ସଚିବାଳୟରେ ମୁଖ୍ୟ ସଚିବ ଆନନ୍ଦ ବର୍ଦ୍ଧନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସମୟରେ ଶ୍ରୀ ହେମକୁଣ୍ଡ ସାହିବ ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ନରେନ୍ଦ୍ର ଜିତ ସିଂହ ବିନ୍ଦ୍ରା ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ସଚିବଙ୍କ ସହ ସାକ୍ଷାତ ସମୟରେ ହେମକୁଣ୍ଡ ସାହିବ ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ନରେନ୍ଦ୍ର ଜିତ ସିଂହ ବିନ୍ଦ୍ରା ଆଗାମୀ ତୀର୍ଥଯାତ୍ରା ବ୍ୟବସ୍ଥା ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ସଚିବ ତୀର୍ଥଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କୁ ଉତମ ସୁବିଧା ପ୍ରଦାନ କରିବା ସମ୍ପର୍କରେ ସୂଚନା ମାଗିଥିଲେ ଏବଂ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି ଯେ ଯାତ୍ରାର ସୁଗମ ପରିଚାଳନା ଏବଂ ତୀର୍ଥଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ