ଅଭିନେତ୍ରୀ ଜ୍ୟାକଲିନ୍ ନିଜର ମାଆଙ୍କ ଅସ୍ଥିକୁ ଗଙ୍ଗାରେ କଲେ ବିସର୍ଜିତ
ବାରାଣସୀ,୧୬ ମାର୍ଚ୍ଚ(ହି.ସ.) – ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୋମବାର ଦିନ ଏଠାରେ ଗଙ୍ଗାନଦୀରେ ନିଜ ମାଆଙ୍କ ଅସ୍ଥିର ବିଧିବିଧାନରେ ବିସର୍ଜନ କରିଛନ୍ତି। ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ କହିଛନ୍ତି ଯେ ମନରୁ ଧାର୍ମିକ ଏବଂ ଏହି କାରଣ ମା’ଙ୍କ ଅସ୍ଥିକୁ ଗଙ୍ଗା ଧାରାରେ ବ
ଅଭିନେତ୍ରୀ ଜ୍ୟାକଲିନ୍ ନିଜର ମାଆଙ୍କ ଅସ୍ଥିକୁ ଗଙ୍ଗାରେ କଲେ ବିସର୍ଜିତ


ବାରାଣସୀ,୧୬ ମାର୍ଚ୍ଚ(ହି.ସ.) – ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୋମବାର ଦିନ ଏଠାରେ ଗଙ୍ଗାନଦୀରେ ନିଜ ମାଆଙ୍କ ଅସ୍ଥିର ବିଧିବିଧାନରେ ବିସର୍ଜନ କରିଛନ୍ତି। ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ କହିଛନ୍ତି ଯେ ମନରୁ ଧାର୍ମିକ ଏବଂ ଏହି କାରଣ ମା’ଙ୍କ ଅସ୍ଥିକୁ ଗଙ୍ଗା ଧାରାରେ ବିସର୍ଜିତ କରିଛି। ବାରାଣସୀରେ ଧାର୍ମିକ ମାହୋଲ ଏବଂ ଏଠାରେ ମୋକ୍ଷ ମିଳେ। ଗଙ୍ଗା ନଦୀ କୂଳରେ ଶାନ୍ତି ମିଳେ।

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମା’ଙ୍କ ଅସ୍ଥିକୁ ବିଧିବିଧାନରେ ବିସର୍ଜନ ଆଚାର୍ଯ୍ୟ ବିକାଶ ପାଣ୍ଡେ କରିଛନ୍ତି। ଅଭିନେତ୍ରୀ ଗଙ୍ଗା କୂଳରୁ ଏକ ଡଙ୍ଗା ନେଇ ସେଥିରେ ବସି ବୈଦିକ ମନ୍ତ୍ରୋଚାରଣ ସହିତ ଅନୁଷ୍ଠାନ ସମ୍ପନ୍ନ କରାଇଛନ୍ତି। କିଛି ସମୟ ଗଙ୍ଗା କୂଳରେ ରହିବା ପରେ ଜ୍ୟାକଲିନ୍ ତାଜ ହୋଟେଲକୁ ବାହାରି ଯାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande