
ମୁରାଦାବାଦ,୧୬ ମାର୍ଚ୍ଚ(ହି.ସ.) – ଉତରପ୍ରଦେଶ ମୁରାଦାବାଦ ଜିଲ୍ଲାର ମୁଢାପାଣ୍ଡେ ଥାନା ଅଂଚଳରେ ସୋମବାର ସକାଳେ ଦିଲ୍ଲୀ-ଲକ୍ଷେ୍ଣø ରାଜମାର୍ଗରେ ସଡ଼କ ଦୁର୍ଘଟଣାରେ ଚାରି ବନ୍ଧୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗମ୍ଭୀର ରୂପେ ଆହତ ହୋଇଛନ୍ତି। ପୋଲିସ୍ ଶବକୁ ପୋଷ୍ଟମର୍ଟମ କରି ଯାଂଚ ଆରମ୍ଭ କରିଦେଇଛି।
ପୋଲିସ୍ ଅଧିକ୍ଷକ(ନଗର) କୁମାର ରଣବିଜୟ ସିଂହ କହିଛନ୍ତି ଯେ ସୋମବାର ସକାଳ ଛଅଟାରେ ମନକରା ମୋଡ଼ ପାଖରେ ଏହି ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ରାମପୁରରୁ ଦିଲ୍ଲୀ ଯାଉଥିବା ଏକ କାର୍ ଅନିୟନ୍ତ୍ରିତ ହୋଇ ଆଗରେ ଯାଉଥିବା ଇଂଟ୍ରୋରେ ଥିବା ଟ୍ରାକ୍ଟର-ଟ୍ରଲି ପଛରେ ପଶିଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲାଯେ କାର୍ର ଡୋର୍ ଉଡ଼ିଯାଇଥିଲା ଏବଂ ସେଥିରେ ସବାର ସବୁ ଲୋକ ଫଶି ରହିଥିଲେ। ଖବର ପାଇ ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲେ ଏବଂ କାର୍ରେ ଫଶିଥିବା ଲୋକଙ୍କୁ ପ୍ରବଳ କଷ୍ଟ ପରେ ବାହାରକୁ ବାହାର କରିଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ମୁଢ଼ାପାଣ୍ଡେ ନିଆଯାଇଛି, କିନ୍ତୁ ଡାକ୍ତର ଚାରି ଯୁବକଙ୍କୁ ମୃତ ଘୋଷିତ କରିଥିବାବେଳେ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାକୁ ଜିଲ୍ଲା ହସ୍ପିଟାଲ୍ ରେଫର କରିଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି