ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକ ଭାବେ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର, ୧୭ ମାର୍ଚ୍ଚ - ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବାର ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ବେହେରା ବର୍ଲମାନ ଖୋର୍ଦ୍ଧା ରୋଡ଼
hono;


ଭୁବନେଶ୍ୱର, ୧୭ ମାର୍ଚ୍ଚ - ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବାର ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଶ୍ରୀ ବେହେରା ବର୍ଲମାନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଭାବେ କାର୍ଯ୍ୟରତ ଅଛନ୍ତି। ପରବତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ନିଜର ବର୍ତମାନର ଦାୟିତ୍ୱ ସହିତ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍-ଚାର୍ଜ) ଭାବେ କାର୍ଯ୍ୟ ନିର୍ବାହ କରିବେ। ଭାରତୀୟ ରେଳବାଇରେ ଶ୍ରୀ ବେହେରାଙ୍କର ଦୀର୍ଘ ଦିନର ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି। ପୂର୍ବତଟ ରେଳପଥର ଏହି ଗୁରୁତ୍ୱପୂର୍ଣ୍ଣ ମଣ୍ଡଳର ସମସ୍ତ କାର୍ଯ୍ୟ ଏହା ଦ୍ୱାରା ଅଧିକ ତ୍ୱରାନ୍ୱିତ ହୋଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande