ନୂଆପଡ଼ାରେ ଏଆଇ ଟୁଲ୍ସ୍ ଉପରେ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ
ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ ଟୁଲ୍ସ ଫର ଅପରେସନାଲ ଏକ୍ସସେଲେନ୍ସ ବିଷୟରେ ଏକ ଦିନିକିଆ କ୍ଷମତା ବିକାଶ କର୍ମଶାଳା ସଦ୍ଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ଆରମ୍ଭରେ ଡିଇଜିଏମ ବିରେନ୍ଦ୍ର ସିଂହ ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ ଜଣାଇ କର୍
Ai tools bikash karmasala


ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ ଟୁଲ୍ସ ଫର ଅପରେସନାଲ ଏକ୍ସସେଲେନ୍ସ ବିଷୟରେ ଏକ ଦିନିକିଆ କ୍ଷମତା ବିକାଶ କର୍ମଶାଳା ସଦ୍ଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ଆରମ୍ଭରେ ଡିଇଜିଏମ ବିରେନ୍ଦ୍ର ସିଂହ ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ ଜଣାଇ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ। କର୍ମଶାଳାରେ ପ୍ରଥମେ ସ୍ୱାଗତ, ଟ୍ରେନିଂ କିଟ୍ ବଂଟନ, ଉପସ୍ଥିତି ରେକର୍ଡ ସଂଗ୍ରହ ସହିତ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପରବର୍ତୀ ଅଧିବେଶନରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ମୂଳ ଧାରଣା, ପ୍ରଶାସନିକ କାର୍ଯ୍ୟରେ ଏହାର ପ୍ରାସଙ୍ଗିକତା ଓ ଶାସନ ବ୍ୟବସ୍ଥାରେ ବ୍ୟବହାର ନିମନ୍ତେ ବିଭିନ୍ନ ପ୍ରାୟୋଗିକ ଉଦାହରଣ ସହ ଡେମୋନଷ୍ଟ୍ରେସନ୍ ପ୍ରଦାନ କରାଯାଇଥିଲା।ଏଥିସହ ଏଲ୍ଏଲ୍ଏମ୍ ସମ୍ବନ୍ଧୀୟ ଧାରଣା, ପ୍ରମ୍ପ୍ଟ ଇଞ୍ଜିନିୟରିଂ ପ୍ରଣାଳୀ, ସ୍ମାର୍ଟ ସମ୍ମାରାଇଜେସନ୍, ଅଧିକାରିକ ଚିଠିପତ୍ର ଓ ଦଲିଲ ପ୍ରସ୍ତୁତିରେ ଏଆଇର ବ୍ୟବହାର ବିଷୟରେ ଅବଗତ କରାଯାଇଥିଲା। ଡକ୍ୟୁମେଂଟ ଡିଜିଟାଇଜେସନ୍, ଓସିଆର୍ ମାଧ୍ୟମରେ ଇମେଜ୍-ଟୁ-ଟେକ୍ସ୍ଟ ପରିବର୍ତନ, ଟେକ୍ସ୍ଟ ସମ୍ମାରାଇଜେସନ୍, ଏମ୍ଏସ୍ ଅଫିସ୍ ସହ ଏଆଇ ଟୁଲ୍ର ସମନ୍ୱୟ ଓ ଗୁଗୁଲ୍ ଲେନ୍ସ ଭଳି ଉପକରଣ ବ୍ୟବହାର ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା। ଇମେଜ୍, ଅଡିଓ ଓ ଭିଡିଓ ତିଆରି ଓ ସମ୍ପାଦନ ଉପକରଣ, ଅନୁବାଦ ସେବା, ଏମ୍ଏସ୍ ଅଫିସ୍ରେ ଏଆଇ ଆଧାରିତ ବୈଶିଷ୍ଟ୍ୟ ଓ ହ୍ୟାଣ୍ଡସ୍-ଅନ୍ ଅଭ୍ୟାସ ମାଧ୍ୟମରେ ଅଧିକାରୀମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସୁରକ୍ଷା ସମ୍ବନ୍ଧୀୟ ଏସ୍ଓପି , ଡାଟା ସୋଭରେନିଟି, ନୈତିକ ଏଆଇ ବ୍ୟବହାର ଓ ପ୍ରଶାସନିକ ନିଷ୍ପତିରେ ‘ହ୍ୟୁମାନ୍-ଇନ୍-ଦ-ଲୁପ୍’ ପ୍ରଣାଳୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ ଜେ. ଦାସ କର୍ମଶାଳାରେ ଏଆଇ ଟୁଲ୍ର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କର୍ମଶାଳାରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ , ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏନ୍ ଆଇ ସି ଡି ଆଇ ଓ ବିନୟ ପ୍ରସାଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ,ଏହି କର୍ମଶାଳା ମାଧ୍ୟମରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଆଇ ଆଧାରିତ ଉପକରଣ ବ୍ୟବହାର ଦ୍ୱାରା ନୂତନ ଦକ୍ଷତା ଅର୍ଜନ କରି ପ୍ରଶାସନିକ କାର୍ଯ୍ୟକୁ ଆହୁରି କ୍ଷମତାଶୀଳ ଓ ପ୍ରଭାବଶାଳୀ କରିପାରିବେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande