ଅଙ୍ଗଡ଼ବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ଦାବିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଫିସ ଘେରାଉ
ଅଙ୍ଗଡ଼ବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ଦାବିରେ ଉତରାଂଚଳ ରାଜସ୍ୱ କମିଶନରଙ୍କ ଅଫିସ ଘେରାଉ
ଅଙ୍ଗଡ଼ବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ଦାବିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଫିସ ଘେରାଉ


ସମ୍ବଲପୁର, ୧୭, ମାର୍ଚ୍ଚ (ହି.ସ) - ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟକ ସଂଘ ପକ୍ଷରୁ କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ ଓ ସଭାନେତ୍ରୀ ମୀରା ଦଳବେହେରାଙ୍କ ନେତୃତ୍ୱରେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ସମ୍ବଲପୁର ସ୍ଥିତ ଉତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଜି ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ, ମୁନ୍ସିପାଲଟି ଛକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପହଂଚିଥିଲେ । ସମାନ କାମକୁ ସମାନ ଦରମା, ଶ୍ରମିକର ମାନ୍ୟତା, ଶ୍ରମିକ ଆଇନ ଆନୁସାରେ ମାସକୁ ୨୬ ହଜାର ଟଙ୍କା ଦରମା, ସାମାଜିକ ସୁରକ୍ଷା ଦେବା, ଶତକଡା ଶତ ପ୍ରତିଶତ ପଦୋନ୍ନତି, ଉନ୍ନତ ମାନର ମୋବାଇଲ ଫୋନ୍ ପ୍ରଦାନ, ଏନଏସପି ଦର ସଂଶୋଧନ, ଅବସର କାଳୀନ ବେନିଫିଟ୍ ୧୦ ଲକ୍ଷ ଟଙ୍କା, ବର୍ଷକୁ ଧାର୍ଯ୍ୟ ଦିନାଙ୍କ ଛୁଟି, ବନ୍ଦ ଥିବା ଇନକ୍ରିମେଂଟ ପ୍ରଦାନ, ଗସ୍ତ ଖର୍ଚ୍ଚ ପ୍ରଦାନ, କର୍ମୀଙ୍କୁ ଇ-କାର୍ଡ ପ୍ରଦାନ ଓ ଆୟୁଷ୍ମାନ ଯୋଜନାରେ ସାମିଲ ଆଦି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପଥପ୍ରାନ୍ତ ସଭାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ରୁକ୍ମିଣୀ ଜୁଆଡ଼ି, ହେମାଦ୍ରୀ ପ୍ରଧାନ, ସୈରେନ୍ଦ୍ରି ମହାନନ୍ଦ, ସରସ୍ୱତୀ ପାଂଚ ବିହାର ପ୍ରମୁଖ ଉଦବୋଧନ ଦେଇଥିଲେ । ଏହା ସହ ପଶ୍ଚିମ ଓଡିଶା ଯୁଗ୍ମ ସମ୍ପାଦକ ବାଳକୃଷ୍ଣ ଭୋଇ, ପ୍ରମିଳା ସିଂହ, ସାଧବୀ ବିଶ୍ୱାଳ, ଅନୁସୟା ଶତପଥି, ଫଣୀ ରାଉଳ, ଶାନ୍ତିଲତା କୁମୁରା, ଗୋଲାପୀ ପଟେଲ ଓ ଅହଲ୍ୟା ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande