ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ
ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ବିହାରରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ନିତିନ ନବୀନଙ୍କ ନେତୃତ୍ୱ, ଅନୁଭବ ଓ
xsh


ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ବିହାରରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ନିତିନ ନବୀନଙ୍କ ନେତୃତ୍ୱ, ଅନୁଭବ ଓ ଜନସେବା ପ୍ରତି ସମର୍ପଣ ମନୋଭାବ ଦେଶ ଓ ସମାଜରେ ବିକାଶକୁ ନୂତନ ଦିଶା ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାରେ ଶ୍ରୀ ନବୀନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ରାଜ୍ୟସଭାରେ ତାଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣ ପ୍ରତି ବିଜେପିର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିବ। ତାଙ୍କ କାର୍ଯ୍ୟକାଳ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ରହିବ ବୋଲି ଶ୍ରୀ ସାମଲ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande