
ନୂଆପଡା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରଦା ଏବଂ ଉପ- ନିୟନ୍ତ୍ରକ, ବୈଧ ମାପ ବିଜ୍ଞାନ, ନୂଆପଡାଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ସ୍ଥାନୀୟ ରାଜୀବ ସେବା କେନ୍ଦ୍ର, ବ୍ଲକ ପରିସର, ନୂଆପଡାରେ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ମହିଳା ଏବଂ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ରୁଦ୍ର ଚରଣ ପଟ୍ଟନାୟକ, ଅଧ୍ୟକ୍ଷ ପରଦା ସଭାପତିତ୍ୱ କରି କରିଥିଲେ । ପ୍ରସନ୍ନ ପାଢ଼ୀ ଆଇନଜୀବି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଦିଲ୍ଲିପ ନିର୍ମଲକର , ଉପାଧ୍ୟକ୍ଷ ନୂଆପଡା ବ୍ଲକ, ହୃଷିକେଶ ନାୟକ ସହକାରୀ ଯୋଗାଣ ଅଧିକାରୀ , ପୃଥୁରାଜ ହାଁସଦା ଉପ- ନିୟନ୍ତ୍ରକ, ବୈଧ, ମାପ ବିଜ୍ଞାନ ବିଭାଗ ନୂଆପଡା, ପରମାନନ୍ଦ ହଂସ ଉପଭୋକ୍ତା ଅଦାଲତ, ରୋହିତ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆପଡା , ସୁରେଶ ଆଚାରୀ ସଭାପତି ଜ଼ିଲ୍ଲା ସାମ୍ବାଦିକ ସଂଘ ଏବଂ ନାରାୟଣ ପ୍ରସାଦ ଯୋଶୀ ସଦସ୍ୟ, ଶିଶୁ ସୁରକ୍ଷ୍ୟା କମିଟି ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରି ଥିଲେ ।
‘ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଉପଭୋକ୍ତା ’ ଏହି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ବଜାରରେ ଖାଦ୍ୟ ଏବଂ ଔଷଧ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ସାମଗ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ଉତ୍ପାଦ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ବିଶ୍ୱସନୀୟ ହେବା ନିଶ୍ଚିତ କରିବାର ଜରୁରୀ ଅଟେ । ଉତ୍ପାଦ ସୁରକ୍ଷା ମାନଦଣ୍ଡ, ସଠିକ ଲେବଲିଂ ଏବଂ ପ୍ରକାଶ, ବିଭ୍ରାନ୍ତିକର ବିଜ୍ଞାପନର ଅପକାରିତା, ଭାରତୀୟ ଆଇନ ଅନୁଯାୟୀ ଉପଭୋକ୍ତା ଅଧିକାର, ନିରାପଦ ଉତ୍ପାଦଗୁଡ଼ିକର ଆତ୍ମବିଶ୍ୱାସୀ ଗ୍ରାହକ ସୃଷ୍ଟି ଇତ୍ୟାଦି ଆଲୋଚିତ ହୋଇଥିଲା । ଆତ୍ମବିଶ୍ୱାସୀ ଗ୍ରାହକମାନେ ନ୍ୟାୟପୂର୍ଣ୍ଣ ବଜାର ନିର୍ମାଣ କରନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରଦାର ସହକର୍ମୀ ମନବି ଉଜିର, ବେଦରାମ ସାହୁ , ସଂଜୀବ ପ୍ରଧାନ, ଉମା ଶଙ୍କର ପଟେଲ, ଯୋଗେଶ ସାହୁ, ରାଜୁ ପଟେଲ, ତୁଳସୀ ମାଝୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପରଦାର ବରିଷ୍ଠ ସହଯୋଗୀ କଳାକାର ପ୍ରତାପ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ