
ଜୟପୁର, ୧୭ ମାର୍ଚ୍ଚ (ହି.ସ.)-“ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ” ବିଷୟରେ ଆଜି ଜୟପୁର ସିଟି ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ-ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ପକ୍ଷରୁ ଦୀଶା ରିକଭରି ସେଣ୍ଟର, ଜୟପୁର ସହଯୋଗରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୪୫ ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନରେ, ୨୦ ଜଣ ପ୍ରବନ୍ଧରେ ଓ ୧୭ ଜଣ ତର୍କ-ବିତର୍କରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମ୍ପର୍କିତ ବିଷୟ ଦିଆଯାଇଥିଲା। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନଶାମୁକ୍ତ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବା ଓ ସାମାଜିକ ସଚେତନତା ବୃଦ୍ଧି କରିବା।ଏହି ଅବସରରେ ଦିଶା ଅନୁଷ୍ଠାନ ତରଫରୁ ସମାଜସେବୀ ବସନ୍ତ କୁମାର ସାହୁ, ହିସାବରକ୍ଷକ ପ୍ରଭାତ କୁମାର ରାୟ, ସମାଜସେବୀ କେ. ଅନୁରାଧା, ଇନ୍ଦିରା ନାୟକ ଓ ଯୋଗ ଶିକ୍ଷକ ବିନୋଦ ଉପସ୍ଥିତ ରହି ପ୍ରତିଯୋଗିତାକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ ବନ୍ଦିତା ପାଣିଗ୍ରାହୀ, କୃଷ୍ଣ କୁମାରୀ ମିଶ୍ର ଓ ସି ଏଚ୍. ମାନସା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସମନ୍ୱୟ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ବି. ସୁଜାତା, ଶିକ୍ଷୟତ୍ରୀ କେ ପଦ୍ମା, ପି. ଭାରତୀ, ରୀତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ : ଏଚ୍. ସୁପ୍ରିୟା ,ଦ୍ୱିତୀୟ: ଆୟୁଷ ପଟ୍ଟନାୟକ, ତୃତୀୟ: ୱାଇ. ଗଙ୍ଗୋତ୍ରୀ ରହିଥିବା ବେଳେ ତର୍କ ବିତର୍କ ପ୍ରତିଯୋଗିତା ପ୍ରଥମ: ଏ. ହରିଣୀଦ୍ୱିତୀୟ: ଏ. ଜ୍ଞାନେଶ୍ୱରୀ, ତୃତୀୟ: ଶ୍ରେୟା ରାଣୀ ପାଣିଗ୍ରାହୀଚିତ୍ରାଙ୍କନ ପ୍ରତିଯୋଗିତା ସେହିପରି ପ୍ରଥମ: ଯଶୋଦା ବେହେରା, ଦ୍ୱିତୀୟ: ଜି. ପବନ ସାଇ ଦେବତୃତୀୟ: ସାବାନା ପରଭୀନ କୃତିତ୍ୱ ହାସଲ କରିଛନ୍ତି lସମସ୍ତ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସହ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲ।
ହିନ୍ଦୁସ୍ଥାନ ସମାଚାର / ପିକେପି