ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ କ୍ଲଷ୍ଟର ସ୍ତରୀୟ ବୈଠକ
ଜୟପୁର, ୧୭ ମାର୍ଚ୍ଚ (ହି.ସ.) - ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା କୁମାରୀ ଝୋଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଉମାକାନ୍ତି ବୈ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ କ୍ଲଷ୍ଟର ସ୍ତରୀୟ ବୈଠକ


ଜୟପୁର, ୧୭ ମାର୍ଚ୍ଚ (ହି.ସ.) - ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା କୁମାରୀ ଝୋଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଉମାକାନ୍ତି ବୈପାରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବ ୮ଟି ମାସିକ ବୈଠକ ବିଷୟ ବସ୍ତୁର ଆଲୋଚନା କରଯାଇଥିଲା। ବରିଷ୍ଠ ପ୍ରଶିକ୍ଷିକା ଗାୟତ୍ରୀ ବୈଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଫଳାଫଳର ବିଶ୍ଲେଷଣ ଏବଂ ପରବର୍ତି ପଦକ୍ଷେପ,ଶିକ୍ଷକ ପ୍ରଶିକ୍ଷିକା ସୁଚିସ୍ମିତା ପାତ୍ର ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନ, ସିଆରସିସି ଗଣେଶ ଚନ୍ଦ୍ର ମଲ୍ଲିକ ବିଦ୍ୟାଳୟ ପରିଦର୍ଶନ, ପ୍ରବେଶ ଉତ୍ସବ, ଖଡିଛୁଆଁ , ଗ୍ରୀଷ୍ମକାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ସୁଶାନ୍ତ ଜେନା ଏବଂ ବ୍ରହ୍ମଦେବ ଟୁଡୁ ଏବଂ ନନ୍ଦପୁର ବ୍ଲକର ସିଆରସିସି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ବୈଠକରେ ଜିଲ୍ଲାର ସମସ୍ତ ୧୩୮ଜଣ ସିଆରସିସି ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande