
ନୂଆଦିଲ୍ଲୀ, 17 ମାର୍ଚ୍ଚ (ହି.ସ.)- ନିର୍ବାଚନ
ଆୟୋଗ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଏବଂ 6ଟି ରାଜ୍ୟରେ
ହେଉଥିବା ଉପନିର୍ବାଚନ ପାଇଁ 1,111 ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି।
ସାଧାରଣ
ପର୍ଯ୍ୟବେକ୍ଷକ, ପୁଲିସ
ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା କ୍ରମେ ଏପରି ଅଛି – ଆସାମ: 51, 35, 50; କେରଳ: 51, 17,
40; ତାମିଲନାଡୁ: 136, 40, 151; ପଶ୍ଚିମବଙ୍ଗ: 294, 84, 100; ପୁଡୁଚେରୀ: 17, 4, 17; ଉପନିର୍ବାଚନ: 8, 8, 8।
ଉଲ୍ଲେଖନୀୟ ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିଧାନସଭା ସାଧାରଣ
ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବା ସମୟରେ କହିଥିଲେ ଯେ ନିର୍ବାଚନକୁ ହିଂସା-ମୁକ୍ତ ଏବଂ
ପ୍ରଲୋଭନ-ମୁକ୍ତ ଭାବରେ କରାଯିବ, ଯାହାଦ୍ୱାରା ପ୍ରତ୍ୟେକ ମତଦାତା କୌଣସି ଭୟ ବା ପକ୍ଷପାତ ବିନା ନିଜର ମତ ଦେଇପାରିବେ। ଏହି
ଉଦ୍ଦେଶ୍ୟ ପୂରଣ ପାଇଁ ପର୍ଯ୍ୟବେକ୍ଷକମାନେ ଆୟୋଗର “ଆଖି ଓ କାନ” ଭାବେ କାମ କରିବେ।
ଆୟୋଗ ନିର୍ଦ୍ଦେଶ
ଦେଇଛି ଯେ ପର୍ଯ୍ୟବେକ୍ଷକମାନେ ଆସନ୍ତାକାଲି ପୂର୍ବରୁ ନିଜ-ନିଜ ବିଧାନସଭା କ୍ଷେତ୍ରରେ
ପହଞ୍ଚିବେ। ପହଞ୍ଚିବା ପରେ ସେମାନେ ନିଜର ସଂପର୍କ ସୂଚନା ସାର୍ବଜନୀନ କରିବେ ଏବଂ ପ୍ରାର୍ଥୀ, ରାଜନୈତିକ ଦଳ ବା ସେମାନଙ୍କ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ସହିତ
ମିଳିବା ପାଇଁ ପ୍ରତିଦିନ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରିବେ, ଯାହାଦ୍ୱାରା ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ଶୁଣିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା