ଐତିହାସିକ ମନବୋଧ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ
ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଅଭିନନ୍ଦନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ମନବୋଧ ସାହୁଙ୍କ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭ
ଐତିହାସିକ ମନବୋଧ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ


ଐତିହାସିକ ମନବୋଧ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ


ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଅଭିନନ୍ଦନ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ମନବୋଧ ସାହୁଙ୍କ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ରାହାସ ବିହାରୀ ମାଝି ତଥା ମୁଖ୍ୟବକ୍ତା ଭାବରେ ବେଲାରସିଂ ଭୋଇ, ସମ୍ମାନିତ ଅତିଥି ଭାବରେ ସାହିତ୍ୟ ପରିଷଦ ସଭାପତି ମଧୁସୁଦନ ସାହୁ ଏବଂ ଫାଉଣ୍ଡେସନର ଉପ-ସଭାପତି ପ୍ରଶନ୍ନ କୁମାର ମିଶ୍ର ମଂଚାସିନ ଥିଲେ । ପ୍ରଥମେ ଐତିହାସିକ ମନବୋଧ ସାହୁଙ୍କ ଫଟୋଚିତ୍ରରେ ଅତିଥି ଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଫାଉଣ୍ଡେସନ ତରଫରୁ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତାଙ୍କୁ ମାନପତ୍ର ଏବଂ ଉପଢୈାକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭା ଆରମ୍ଭରେ ସଭାପତି ଧର୍ମବ୍ରତ ରଥ ମନିଷୀ ମନବୋଧ ସାହୁଙ୍କ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ ପରେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ମନିଷୀ ମନବୋଧଙ୍କ କାର୍ଯ୍ୟପଦ୍ଧତିି ତଥା ସଂଘର୍ଷପୂର୍ଣ୍ଣ ଜୀବନଯାତ୍ରା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ । ସାହିତ୍ୟ ପରିଷଦର ସଭାପତି ମଧୁସୁଦନ ସାହୁ ଯୁଗଜନ୍ମା ମନିଷୀ ମନବୋଧଙ୍କ ମହାନ କୃତିକୁ ସମ୍ମାନ ଜଣାଇ ତାଙ୍କର ଏକ ପ୍ରତିମୃର୍ତ୍ତି ବଲାଙ୍ଗିର ସହରର କେନ୍ଦ୍ରସ୍ଥଳୀରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ । ସ୍ଥାନୀୟ ପୌର ପାଳିକା ତଥା ରାଜ୍ୟ ସରକାରଙ୍କୁ ଏଥି ପାଇଁ ଅନୁରୋଧ କରାଯିବ ବୋଲି ସଭାପତି ମହୋଦୟ ପ୍ରତିଶୃତି ପ୍ରଦାନ କରିଥିଲେ । ପୂର୍ବରୁ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ଓ ଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିଗଣ ସାର୍ଟିଫିକେଟ ଏବଂ ମେଡାଲ ପ୍ରଦାନ କରିଥିଲେ । ସତ୍ୟନାରାୟଣ ସିଂଦେଓ ଏବଂ ଆକୁଳ ବେହେରା ପ୍ରତିଯୋଗିତା ଆୟୋଜନ କରିଥିବା ବେଳେ ଦିବାକର ହୋତା, ହରେକୃଷ୍ଣ ପଟେଲ ଏବଂ ନମ୍ରତା ପାଣିଗ୍ରାହୀ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମାରୋହରେ ତରୁଣ କୁମାର ମିଶ୍ର, ଗିରିଜା ଶଙ୍କର ରଥ, ଧନଞ୍ଜୟ ମିଶ୍ର, ରାମଶରଣ ହୋତା, ଦୁର୍ଗା ପ୍ରସାଦ ହୋତା, ଡ.ଭବାନି ଶଙ୍କର ପଟେଲ, ଡ. ନବକିଶୋର ବେହେରା, କଳିଷ୍ଠ ପ୍ରଧାନ, ଚନ୍ଦ୍ରମଣି ଭାଟି, ପ୍ରଶାନ୍ତ କୁମାର ଖମାରୀ, ବଳିଷ୍ଠ ପ୍ରଧାନ, ଅରୁଣ ଗୁରୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରଶନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande