ଡାକ ବିଭାଗର 24 ଏବଂ 48 ଘଂଟ ସ୍ପିଡ ପୋଷ୍ଟ ସେବାର ଶୁଭାରମ୍ଭ, ଏବେ ଦେଶର 6 ସହରରେ ହେବ ନିର୍ଦ୍ଧାରିତ ସମୟରେ ଡେଲିଭରୀ
ନୂଆଦିଲ୍ଲୀ, 17 ମାର୍ଚ୍ଚ (ହି.ସ.)- କେନ୍ଦ୍ରୀୟ ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଶର 6ଟି ପ୍ରମୁଖ ସହରରେ 24 ଓ 48 ଘଣ୍ଟା ମଧ୍ୟରେ ନିଶ୍ଚିତ ବିତରଣ ସୁବିଧା ଦେଇଥିବା ଡାକ ବିଭାଗର ନୂତନ ସେବା ‘24 ସ୍ପିଡ୍ ପୋଷ୍ଟ’, ‘24 ସ୍ପିଡ୍ ପୋଷ୍ଟ ପାର୍ସଲ’ ଓ ‘48 ସ୍ପିଡ୍ ପୋଷ
ଡାକ ବିଭାଗର 24     ଏବଂ 48 ଘଂଟ ସ୍ପିଡ ପୋଷ୍ଟ ସେବାର ଶୁଭାରମ୍ଭ, ଏବେ ଦେଶର 6 ସହରରେ ହେବ ନିର୍ଦ୍ଧାରିତ ସମୟରେ     ଡେଲିଭରୀ


ନୂଆଦିଲ୍ଲୀ, 17 ମାର୍ଚ୍ଚ (ହି.ସ.)- କେନ୍ଦ୍ରୀୟ

ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଶର 6ଟି ପ୍ରମୁଖ ସହରରେ 24 ଓ 48 ଘଣ୍ଟା ମଧ୍ୟରେ

ନିଶ୍ଚିତ ବିତରଣ ସୁବିଧା ଦେଇଥିବା ଡାକ ବିଭାଗର ନୂତନ ସେବା ‘24 ସ୍ପିଡ୍ ପୋଷ୍ଟ’, ‘24 ସ୍ପିଡ୍ ପୋଷ୍ଟ ପାର୍ସଲ’ ଓ ‘48 ସ୍ପିଡ୍ ପୋଷ୍ଟ’ର ଶୁଭାରମ୍ଭ କରିଛନ୍ତି। ଏହି ସେବାମାନଙ୍କ ଅଧୀନରେ

ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଓ

ହାଇଦ୍ରାବାଦରେ ରେକର୍ଡ ସମୟରେ ପାର୍ସେଲ ପହଞ୍ଚାଯିବ। ବିଳମ୍ବ ହେଲେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ

ଶୁଳ୍କ ଫେରସ୍ତ ଦିଆଯିବ।

ମଙ୍ଗଳବାର ଡାକ

ବିଭାଗରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଚାର ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମ୍ମାସାନୀ ଏବଂ

ବିଭାଗର ସଚିବ ବନ୍ଦିତା କୌଲ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ

ମନ୍ତ୍ରୀ ସିନ୍ଧିଆ କହିଥିଲେ ଯେ ଦେଶର 6.5 ଲକ୍ଷ ଗାଁ, ପ୍ରତ୍ୟେକ ତହସିଲ ଓ ତାଲୁକାରେ ଯଦି ପରିବାର ସଦସ୍ୟଠାରୁ ମଧ୍ୟ ଅଧିକ କୌଣସି ସଂସ୍ଥା ଉପରେ

ଭରସା କରାଯାଏ, ତାହା ହେଉଛି

ଗ୍ରାମୀଣ ଡାକ ସେବା। ଏହି ଭରସା ହିଁ ଡାକ ବିଭାଗର ସବୁଠାରୁ ବଡ଼ ଶକ୍ତି। ସିନ୍ଧିଆ ଜୋର ଦେଇ

କହିଥିଲେ ଯେ ବିଶ୍ୱରେ ଏପରି ବଡ଼ ଏବଂ ଗଭୀର ଭାବରେ ପ୍ରସାରିତ ଡାକ ନେଟୱର୍କ ଅନ୍ୟ କୌଣସି

ଦେଶରେ ନାହିଁ। ଏହି ନେଟୱର୍କ ଦେଶର ସବୁଠାରୁ ଶେଷ ସୀମା ପର୍ଯ୍ୟନ୍ତ ନିଜର ପହଞ୍ଚ ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande