ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ମଙ୍ଗଳବାର ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ କ୍ଷେତ୍ରୀୟ ନିର୍ଦ୍ଦେଶକ ଡଃ. ସାରଦ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ମଙ୍ଗଳବାର ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ କ୍ଷେତ୍ରୀୟ ନିର୍ଦ୍ଦେଶକ ଡଃ. ସାରଦା ପ୍ରସନ ମହାନ୍ତି, ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଧ୍ୟକ୍ଷ ହେମନ୍ତ କୁମାର ସାହୁ, ଏସଏଲବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଗୌତମ ପାତ୍ର, ଏସବିଆଇ ଉପ ମହାପ୍ରବନ୍ଧକ ପ୍ରଭାତ କୁମାର କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଡଃ. ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ସାଧାରଣ ଜନତାଙ୍କ ପାଇଁ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହିତ ବ୍ୟାଙ୍କ ଖାତାର ପୁନଃକରଣ ଏବଂ ଦାବିହୀନ ଜମା ରାଶିକୁ ପୁନଃ ପ୍ରାପ୍ତ କରିବାର ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ଥରରେ ତଥା ଭୁବନେଶ୍ୱର କାର୍ୟ୍ୟାଳୟ ଦ୍ୱାରା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଦିଗରେ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ବର୍ଗରୁ ପ୍ରାୟ ୩୦୦ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସର୍ବପ୍ରଥମେ ରିଜର୍ଭ ବ୍ୟାଙ୍କର କର୍ମଚାରୀ ମାନଙ୍କ ଦ୍ଵାରା ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଆଧାରିତ ଏକ ନୁକ୍କଡ ନାଟକ ପରିବେଷଣ କରାଯାଇଥିଲା । ଏହା ପରେ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଆରବିଆଇ ଅମ୍ବଡ୍ସମ୍ୟାନରେ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସର୍ବଶେଷରେ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରପଡା ଜିଲ୍ଲା ଏଲ୍.ଡି.ଏମ୍., ନାବାର୍ଡ ଡି.ଡି.ଏମ୍. ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବ୍ୟାଙ୍କର ଏହି ପ୍ରୟାସଟି ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande