ଆୟକର ସମ୍ବନ୍ଧୀୟ ଏକ ସଚେତନା ଶିବିର ଅନୁଷ୍ଠିତ
କେନ୍ଦୁଝର, ୧୭ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ରୋଟାରୀ କ୍ଲବ ଠାରେ ଆୟକର ସମ୍ବନ୍ଧୀୟ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁରର ମୁଖ୍ୟ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ର ଓ ଅତିରିକ୍ତ ଆୟକର ଆୟୁକ୍ତ ରାଉରକେଲା ରେଞ୍ଜ, ରାଉରକେଲା ରାଧେଶ୍ୟାମ ଜାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Income tax


କେନ୍ଦୁଝର, ୧୭ ମାର୍ଚ୍ଚ (ହି.ସ.) - ସ୍ଥାନୀୟ ରୋଟାରୀ କ୍ଲବ ଠାରେ ଆୟକର ସମ୍ବନ୍ଧୀୟ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁରର ମୁଖ୍ୟ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ର ଓ ଅତିରିକ୍ତ ଆୟକର ଆୟୁକ୍ତ ରାଉରକେଲା ରେଞ୍ଜ, ରାଉରକେଲା ରାଧେଶ୍ୟାମ ଜାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉକ୍ତ ଶିବିରରେ କେନ୍ଦୁଝର ଆୟକର ଅଧିକାରୀ ସ୍ୱରଣେନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଚେତନତା ଶିବିରରେ ଆୟକର ଅଧୂନିୟମ ୧୯୬୧ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବିଶେଷକରି ସରକାରୀ ତଥା ବେସରକାରୀ ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ନିୟମ ଗୁଡିକୁ ମିଶ୍ର ଅତି ପ୍ରାଞ୍ଜଳ ତଥା ସରଳ ଭାବରେ ବୁଝାଇଥିଲେ । ବିଗତ ଦିନରେ ହୋଇଥିବା ବେନିୟମ ଆୟକର ଛାଡ଼ ତଥା ଆୟକର ଫାଙ୍କିବା ପାଇଁ ବିଭିନ୍ନ ଆୟକର ଦାତାମାନଙ୍କ ଦ୍ୱାରା ଆପଣାଯାଉଥିବା ନିୟମ ବହିର୍ଭୁତ କାର୍ଯ୍ୟ ସମ୍ବନ୍ଧରେ ଆୟକର ଅଧିକାରୀ ମିଶ୍ର ଆଲୋକପାତ କରିଥିଲେ । ଏହା ବ୍ୟତୀତ ଆୟକର ଫାଙ୍କୁଥୁବା ବ୍ୟକ୍ତିବିଶେଷ ମାନଙ୍କ ବିରୋଧରେ ଆୟକର ଅଧୂନିୟମ ଅନୁଯାୟୀ କାଯ୍ୟନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସଚେତନ କରାଇଥିଲେ । ଉକ୍ତ ଶିବିରରେ କେନ୍ଦୁଝର ଜିଲ୍ଲାର ପାଖାପାଖୂ ୪୦ ସରକାରୀ ତଥା ବେସରକାରୀ ଅଧୂକାରୀ, ଚାର୍ଟାର୍ଡ ଅକାଉଂଟାଂଟ, ଟାକ୍ସ ଆଡ଼ଭୋକେଟ ମାନେ ଉକ୍ତ ସଭାରେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ଆୟକର ନିରୀକ୍ଷକ ଅମରଜିତ କୁମାର ଏବଂ ବାସନ୍ତୀ ହେମ୍ବ୍ରମ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande