ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଜିଲ୍ଲାରୁ ୨୨୨ ତୀର୍ଥ ଯାତ୍ରୀଙ୍କ ପୁରୁଷୋତ୍ତମ ଧାମ ଯାତ୍ରା
ଖୋର୍ଦ୍ଧା, ୧୭ ମାର୍ଚ୍ଚ (ହି.ସ.)- ରାଜ୍ୟ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ମଙ୍ଗଳବାର ଜିଲ୍ଲାରୁ ୨୨୨ ଜଣ ତୀର୍ଥଯାତ୍ରୀ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି l ଏଥିପାଇଁ ଜିଲ୍ଲା ପ୍ରଶାସନ
Puri


ଖୋର୍ଦ୍ଧା, ୧୭ ମାର୍ଚ୍ଚ (ହି.ସ.)- ରାଜ୍ୟ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ମଙ୍ଗଳବାର ଜିଲ୍ଲାରୁ ୨୨୨ ଜଣ ତୀର୍ଥଯାତ୍ରୀ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ବସ୍ ଆୟୋଜନ କରାଯାଇଥିଲା l ଜିଲ୍ଲାର ଦୁଇଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମା ବଡଗଡ କଲ୍ୟାଣ ମଣ୍ଡପ ଏବଂ ଜିଲ୍ଲା ସଦର ମହକୁମା ଓରମାସ କାର୍ଯ୍ୟାଳୟ ପରିସରରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ସୂ ବନ୍ଦୋବସ୍ତ କରାଯାଇଥିଲା l ତୀର୍ଥ ଯାତ୍ରୀ ମାନେ ଉଭୟ ସ୍ଥାନରେ ସକାଳ ୭ଟାରେ ପହଞ୍ଚିଲା ପରେ ଡାକ୍ତରୀ ଦଳ ଦ୍ବାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ସେମାନଙ୍କୁ ଜଳଖିଆ ଖାଇବାକୁ ଦିଆଯାଇଥିଲା l ପରେ ସେମାନଙ୍କୁ ଏସ୍କର୍ଟ ଅଫିସରଙ୍କ ତତ୍ତ୍ଵାବଧାନରେ ବସରେ ଚଢ଼ାଯାଇ ପାଣି ବୋତଲ, ଛତା ଆଦି କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା l ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ କ୍ଷେତ୍ର ଧାମ ଆଗମନର ଶୁଭାରମ୍ଭ କରିଥିଲେ l ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ନିଜାରତ ଅଧିକାରୀ ରିଶଭ ତ୍ରିପାଠୀ, ଜିଲ୍ଲା ପରିଚାଳିକା, ଓଏସଆରଟିସି ଲିଯାଲିନ ସାହୁ, ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହୀଆଲ ଯୋଗଦେଇଥିବା ବେଳେ ପର୍ଯ୍ୟଟନ ବିକାଶ ଅଧିକାରୀ ସୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ l

ଖୋର୍ଦ୍ଧାରୁ ୪ଟି ବସରେ ତୀର୍ଥ ଯାତ୍ରୀ ପୁରୀ ଗସ୍ତ କରିଥିବା ବେଳେ ଭୁବନେଶ୍ୱର ବଡଗଡ କଲ୍ୟାଣ ମଣ୍ଡପରୁ ୨ଟି ବସରେ ତୀର୍ଥ ଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଧାମ ଯାତ୍ରା କରିଛନ୍ତି l ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପଜିଲ୍ଲାପାଳ ଡ଼ଃ. ମନୋରଞ୍ଜନ ସାହୁ ଯୋଗଦେଇଥିବା ବେଳେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଅଞ୍ଜନ କୁମାର ବାରିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥଲେ l ମୋଟ୍ ୨୨୨ ତୀର୍ଥ ଯାତ୍ରୀ ୬ଟି ବସରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇଛନ୍ତି l ପୁରୀରେ ବୃନ୍ଦାବତୀ ନିବାସରେ ସମସ୍ତ ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande