ଗେଡିଆପଲ୍ଲୀରେ ‘ଜଳ ଅର୍ପଣ ଦିବସ’ ଓ ‘ଜଳ ମହୋତ୍ସବ’ ଅନୁଷ୍ଠିତ
ଖୋର୍ଦ୍ଧା, ୧୭ ମାର୍ଚ୍ଚ (ହି.ସ.)- ବୋଲଗଡ଼ ବ୍ଲକ ଗେଡିଆପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ମଙ୍ଗଳବାର ‘ଜଳ ଅର୍ପଣ ଦିବସ’ ଏବଂ ‘ଜଳ ମହୋତ୍ସବ’ ପାଳିତ ହୋଇଯାଇଛି। ଏହି ଅବସରରେ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଆଗାମୀ ପିଢ଼ି ପାଇ
ଜଳ


Jal


ଖୋର୍ଦ୍ଧା, ୧୭ ମାର୍ଚ୍ଚ (ହି.ସ.)- ବୋଲଗଡ଼ ବ୍ଲକ ଗେଡିଆପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ମଙ୍ଗଳବାର ‘ଜଳ ଅର୍ପଣ ଦିବସ’ ଏବଂ ‘ଜଳ ମହୋତ୍ସବ’ ପାଳିତ ହୋଇଯାଇଛି। ଏହି ଅବସରରେ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଆଗାମୀ ପିଢ଼ି ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦର ସିଡିଓ ଜ୍ୟୋତିଶଙ୍କର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ଜୋନ୍-୨୬ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳୁ ଏକ ସଚେତନତା ଶୋଭାଯାତ୍ରା ବା ‘ପ୍ରଭାତ ଫେରି’ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ରିବନ୍ କଟାଯିବା ସହ ‘ଜଳ ବନ୍ଧନ’ ଓ ‘ଜଳ ଅର୍ପଣ’ ଭଳି ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାନୀୟ ଜଳର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ଅପବ୍ୟବହାର ରୋକିବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ସମୂହ ଶପଥ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ହୁଳାସ ପ୍ରଧାନ, ଉପ-ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର (ଆରଡବ୍ଲୁଏସ ଏସ ) ଅଧୀକ୍ଷଣ ଯନ୍ତ୍ରୀ ଇଂ. ରଶ୍ମିତା ଦାଶ, ସ୍ଥାନୀୟ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ ଏବଂ ସମିତି ସଭ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ। ଶେଷରେ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande