
ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା କୋମନା ବ୍ଳକ ସିଆଲଲଟି ପଞ୍ଚାୟତ ବାଗମୁଣ୍ଡାରେ ସାହୁ ସମାଜ ତରଫରୁ କର୍ମା ଜୟନ୍ତୀ ଆଜି ପାଳିତ ହୋଇଛି । ଏ ବର୍ଷ ଚତୁର୍ଥ ବର୍ଷରେ ପହଞ୍ଚିଲା କରମା ଜୟନ୍ତୀ । କର୍ତ୍ତା ଭାବେ ଓସରାମ ସାହୁ ତାଙ୍କ ଧର୍ମପତ୍ନୀ ବୁନି ସାହୁ କାର୍ଯ୍ୟ ତୁଲାଇଥିଲେ। ପୂଜକ ଭାବେ ପରମେଶ୍ବର ଦୁବେ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲ୍ଲା ସାହୁ ସଂଘ ସଭାପତି ଧନିରାମ ସାହୁ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ରାମଲାଳ ହଂସ, ସିଆଲଲଟି ସରପଞ୍ଚ କାଳିଆ ପ୍ରଧାନ, କୋମନା ବ୍ଲକ ସଭାପତି ଟେକରାମ ସାହୁ, ଲାଞ୍ଜିମାର ପରୀକ୍ଷେତ୍ର ସଭାପତି ରାମଚନ୍ଦ୍ର ସାହୁ, ନୂଆପଡା ଜିଲ୍ଲା ସାହୁ ସମାଜ ଉପସଭାପତି ପମ୍ପୁଲାଲ ସାହୁ, ଦେଓଧର ସାହୁ, ମନୋଜ ସାହୁ, ପଦୁମ ସାହୁ, ସୁରଜ ସାହୁ, ପ୍ରମୋଦ ସାହୁ, ବେଦପ୍ରକାଶ ସାହୁ, ମୋହନ ଲାଲ ସାହୁ, ପ୍ରମାନନ୍ଦ ସାହୁ, ପଞ୍ଚାନନ ସାହୁ, ଖେରା ମଟାରି, ଆର୍ମି ମ୍ୟାନ ଜନକ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଟେକରାମ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମର ରବିଶଙ୍କର ସାହୁ, ଗୁଲାପଚନ୍ଦ୍ର ସାହୁ, କିସନ ସାହୁ, ଶିବକୁମାର ସାହୁ, ନବୀନ ସାହୁ, ଲୋକଚନ ସାହୁ, ଟିକମରାମ ସାହୁ, ଲୋକଚନ୍ଦ ସାହୁ, ଅନିରୁଦ୍ଧ ସାହୁ, ମୁକେଶ ସାହୁ, ୟାଦରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ପ୍ରକାଶଥାଉକି, ମା' କର୍ମାଦେବୀ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତଥିଲେ। ଶ୍ରୀକୃଷ୍ଣଙ୍କୁ ଖେଚୁଡ଼ି ଖୁଆଇ ଭକ୍ତି କରିଥିଲେ। ଏହି କର୍ମାଦେବୀଙ୍କ ଜନ୍ମ ତିଥିକୁ ସାହୁ ସମାଜ କର୍ମା ଜୟନ୍ତୀ ଭାବେ ପୂଜର୍ଚ୍ଚନ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ