
ଭୋପାଳ,୧୭ ମାର୍ଚ୍ଚ(ହି.ସ.) – ମଧ୍ୟ ପ୍ରଦେଶ ହୟୁମନ ପୌପିଲୋମାୱାୟରସ ସଂକ୍ରମଣ(ଏଚ୍ପିବି) ଟୀକାକରଣ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ସର୍ଭାଇକାଲ କ୍ୟାନ୍ସରର ପ୍ରତିଷେଧକ ପାଇଁ ୧୪ ବର୍ଷର ଏକ ଲକ୍ଷରୁ ଅଧିକ ବାଳିକାଙ୍କ ଟୀକାକରଣ ପୂର୍ଣ୍ଣ କରିଦିଆଯାଇଛି। ଏହାସହିତ ମଧ୍ୟ ପ୍ରଦେଶ ଅଭିଯାନର ସଫଳ କ୍ରିୟାନ୍ୱୟନରେ ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି।
ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏଚ୍ପିବି ଟୀକାକରଣୀ ଅଭିଯାନରେ ମାତ୍ର ୧୫ ଦିନରେ ରାଜ୍ୟର ଏକ ଲକ୍ଷରୁ ଅଧିକ ବାଳିକାଙ୍କୁ ଭ୍ୟାକ୍ସିନ ଲଗାଇ ମଧ୍ୟ ପ୍ରଦେଶର ଦେଶରେ ପ୍ରଥ ରହିବାରେ ସ୍ୱାସ୍ଥ୍ୟ ବିଭାଗର ଟିମ୍, ଏଏନ୍ଏମ୍, ଆଶା ଏବଂ ଅଙ୍ଗନୱାଡ଼ି କାର୍ଯ୍ୟକର୍ତାଙ୍କୁ ବଧାଇ ଦେଇଛନ୍ତି। ସେ ମଙ୍ଗଳବାର ଦିନ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍ସର ବିରୁଦ୍ଧରେ ସୁରକ୍ଷାର ସଶକ୍ତ କବଚ ପ୍ରଦାନ କରିବା ପାଇଁ ପ୍ରାରମ୍ଭ ଅଭିଯାନରେ ରାଜ୍ୟରେ ସଫଳ କ୍ରିୟାନ୍ୱୟନରେ ଏହି ଟିମ୍ର ମହତ୍ୱପୂର୍ଣ୍ଣ ଭୂମିକା ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି