
ଗଞ୍ଜାମ,୧୭ ମାର୍ଚ(ହି.ସ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟ କୁମାରୀ ପାହାଡ଼ ଉପରେ ପ୍ରତିଷ୍ଠିତା ମାଁ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଗତ ବିଳମ୍ବିତ ରାତିରୁ ମନ୍ଦିର ଦ୍ୱ।ର ଫିଟା ମଙ୍ଗଳ ଆଳତି ପୂଜା ନୀତି ପରେ ହଜାରହଜାର ଶ୍ରଦ୍ଧାଳୁ ମନ୍ଦିର ମଧ୍ୟରେ ଧାଡ଼ି ଦର୍ଶନ କରିଛନ୍ତି। ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରି ସେମାନଙ୍କ ପ୍ରଥମ କେଶ ମାଁ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଆଜି ଏହି ଯାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରାରେ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଉଛି। ଆଜିର ଏହି ଯାତ୍ରା ସନ୍ଧ୍ୟା ଯାଏଁ ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ