
ଗଂଜାମ, 17 ମାର୍ଚ୍ଚ (ହି.ସ.) ଗଞ୍ଜାମ ଜିଲ୍ଲାର ମୂଖ୍ୟତଃ ପବିତ୍ର ଋଷିକୂଲ୍ୟା ଵଡ ନଦୀ ସଙ୍ଗମସ୍ଥଳୀ ଆସିକା ନିକଟରେ, ପିତଳ ନିକଟସ୍ଥ କାଞ୍ଜିଆମା ଉତ୍ତର ଵାଙ୍କ ଓ ପୁରୁଷୋତ୍ତମ ପୁର ପ୍ରତାପୁର ଋଷୀକୂଲ୍ୟେ ନଦୀରେ ଆଜି ମହାଵାରୁଣୀ ସ୍ନାନ ଵୁଡ ଅନୁଷ୍ଠିତ ହୋଇଯାଇଛି। ଦିନ ତମାମ ପବିତ୍ର ନଦୀରେ ଵୁଡପାରିବାସହ ଶ୍ରାଦ୍ଧ ତର୍ପଣ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ଅସ୍ଥି ବିସର୍ଜନ ଦାନ ପୂଣ୍ୟ କାର୍ଯ୍ୟ କରିଛନ୍ତିଓ ଦେବାଦେବୀଙ୍କ ଦର୍ଶନ କରିଛନ୍ତି। ଆସିକା ବୁଡରେ ଲକ୍ଷାଧିକ,ପ୍ରତାପପୁର ଓ କାଞ୍ଜିଆମା ବୁଡରେ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଚିକିଟି ବାହୁଦା ନଦୀରେ ମଧ୍ୟ ୫୦ ହଜାର ନର ନାରୀ ବୁଡ଼ ପକାଇଛନ୍ତି। ଵୁଡଜାଗା ଗୁଡିକରେ ବହୁ ଅସ୍ଥାୟୀ ଦୋକାନ ବଜାର ଖୋଲିଛି ଓ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ