ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ବ୍ଲକସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ–୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗରେ ଆୟୋଜିତ ହେଉଥି
ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ବ୍ଲକସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ–୨୦୨୬ ଅବସରରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗରେ ଆୟୋଜିତ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭା ମାନଙ୍କୁ ଚୟନ କରି ସେମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ଏହାର ମୂଳ ଉଦ୍ଦେଶ୍ୟ। ଏଥିରେ ଦୌଡକୁଦ ଭଲିବଲ, ଖୋକ ଆଦି କ୍ରୀଡାରେ ପ୍ରତିଭା ଚୟନ କରାଯିବ । ବ୍ଲକ ସ୍ତରରେ ଚୟନ ହୋଇ କ୍ରୀଡାବିତ ମାନେ ଜିଲ୍ଲାସ୍ତରକୁ ଆସିବେ । ଆଜିର ଏହି ତାଲିମ କାର୍ୟ୍ୟକ୍ରମକୁ ଜିଲ୍ଲାପାଳ ରଘୁରାମ ଆର ଆୟର ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଆକମାଲ ଅଲ୍ଲୀଙ୍କ ସମେତ ବିଭିନ୍ନ ବ୍ଲକର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande