
ଖୋର୍ଦ୍ଧା, ୧୭ ମାର୍ଚ୍ଚ (ହି.ସ.) - ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନ(ଏମଜିଏନଆରଇଜିଏ ) ର ସୋସିଆଲ୍ ଅଡିଟ୍ ଉପରେ ଏକ ସାର୍ବଜନୀନ ଶୁଣାଣି ମଙ୍ଗଳବାର ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ (ସାଧାରଣ), ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇଥିଲା। ଏହି ସୋସିଆଲ୍ ଅଡିଟ୍ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା କରାଯିବା ସହିତ ଲାଭାନ୍ୱିତ ଓ ଅନ୍ୟ ଅଂଶଗ୍ରାହୀମାନଙ୍କ ଅଭିଯୋଗ ଓ ପ୍ରସ୍ତାବଗୁଡ଼ିକୁ ଶୁଣାଣି କରି ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ (ସାଧାରଣ) ଏମଜିଏନଆରଇଜିଏ ଯୋଜନାର କାର୍ଯ୍ୟାନ୍ୱୟନରେ ପାରଦର୍ଶିତା, ଦାୟିତ୍ୱବୋଧ ଓ ଲୋକସହଭାଗିତାର ଗୁରୁତ୍ୱ ଉଲ୍ଲେଖ କରିଥିଲେ।
ଏହା ସହିତ ସେ ପ୍ରି-ଏସଆଇଆର ଓ ଏସଆଇଆର କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ଜନପ୍ରତିନିଧି ଓ କର୍ମଚାରୀମାନଙ୍କୁ ସଚେତନ କରାଇଥିଲେ ଓ ନିର୍ବାଚନୀ ପ୍ରକ୍ରିୟାର ସଠିକତା ଓ ପାରଦର୍ଶିତା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକ୍ ଅଧ୍ୟକ୍ଷ। ଶ୍ରୀମୟୀ ପ୍ରିୟଦର୍ଶିନୀ,ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ , ସିଦ୍ଧାର୍ଥପଟ୍ଟନାୟକ,ବିଡିଓ,ମାନସ ରଞ୍ଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ମହାତ୍ମା ଗାନ୍ଧୀ ସଂଯୋଜିକା ଜ୍ୟୋତ୍ସ୍ନା ମୟୀ ରାଉତ, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରଦୋଷ ମହାରଣା, ବ୍ଲକ୍ ସ୍ତରର କର୍ମଚାରୀ, ପଂଚାୟତ ପ୍ରତିନିଧିମାନେ ଓ ସାଧାରଣ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତେଜସ୍ୱିନୀ ଦାସ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ