ମୋର ଚାକିରି ମୋତେ ଫେରେଇ ଦିଅ
Odisha, 17 ମାର୍ଚ୍ଚ (ହି.ସ.) *ମୋର ଚାକିରି ମୋତେ ଫେରେଇ ଦିଅ* ନୂଆପଡ଼ା,୧୭ ମାର୍ଚ୍ଚ (ହି.ସ.)- ମୋର କଣ ଦୋଷ ଅଛି କହିଦିଅନ୍ତୁ, ମୋତେ ମୋର ଚାକିରି ଫେରେଇ ଦିଅନ୍ତୁ, ଏମିତି କହି କହି କାନ୍ଦୁଥିବାର ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକରେ। ଖଡ଼ିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ଚଚରାଭଟା ଗ୍ର
Mor chakiri ferei dia


Odisha, 17 ମାର୍ଚ୍ଚ (ହି.ସ.)

*ମୋର ଚାକିରି ମୋତେ ଫେରେଇ ଦିଅ*

ନୂଆପଡ଼ା,୧୭ ମାର୍ଚ୍ଚ (ହି.ସ.)- ମୋର କଣ ଦୋଷ ଅଛି କହିଦିଅନ୍ତୁ, ମୋତେ ମୋର ଚାକିରି ଫେରେଇ ଦିଅନ୍ତୁ, ଏମିତି କହି କହି କାନ୍ଦୁଥିବାର ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକରେ। ଖଡ଼ିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ଚଚରାଭଟା ଗ୍ରାମର ସତ୍ୟବାନ୍ ଦଣ୍ଡସେନା। ତାଙ୍କ ଅଭିଯୋଗ ଅନୁଯାୟୀ ୨୦୧୬/୧୭ ରେ ମଣ୍ଡୋସିଲ ଗ୍ରାମ ପଞ୍ଚାୟତ ଗଠନ ହୋଇଥିଲା ଓ ନିର୍ବାଚନରେ ଜିତି ରାଧେଶ୍ୟାମ ରଣା ସରପଞ୍ଚ ହୋଇଥିଲେ।ସେହି ସମୟରେ ଗ୍ରାମ ପଞ୍ଚାୟତ ପ୍ରସ୍ତାବ ଅନୁଯାୟୀ ସତ୍ୟବାନ ଯୋଗାଣ ସହାୟକ ଭାବରେ ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୨୨ରେ ସୁଭାଷିନୀ ପାନ ସରପଞ୍ଚ ହୋଇଥିଲେ ଓ ସତ୍ୟବାନଙ୍କୁ ବାହାର କରି ଦେଇଥିଲେ। କିଛିଦିନ ପରେ ସୁଭାଷିନୀଙ୍କ ସ୍ବାମୀ ବାସୁ ପାନ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ। ଏନେଇ ସତ୍ୟବାନ୍ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ଆଜି ମଧ୍ୟ ସେ ଖଡ଼ିଆଳ ଠାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ଜିଲାପାଳ ରାଗି ଯାଇଥିଲେ ଓ ତାଙ୍କୁ ବାହାରକୁ ବାହାରି ଯିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କୁ ପୋଲିସ ଜବରଦସ୍ତ ଉଠାଇ ନେଇଥିଲା। ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ପଚାରିବାରୁ ସେ ଠିକ୍ ବ୍ୟବହାର ଦେଉ ନଥିବା କହିଥିଲେ। ଏନେଇ ଅଭିଯୋଗ କାରୀ ଓ ଅନ୍ୟ ମାନେ ସତ୍ୟବାନଙ୍କୁ ସମର୍ଥନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande