କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ଠାରେ ନିର୍ମାଣାଧୀନ ୫୩ ନଂ ଜାତୀୟ ରାଜପଥ ଭୁଶୁଡି ପଡିଲା
କେନ୍ଦ୍ରାପଡା,୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଶ୍ୟାମସୁନ୍ଦରପୂରୁ ଠାରେ ନିର୍ମାଣାଧୀନ ୫୩ ନମ୍ଵର୍ ଜାତୀୟ ରାଜପଥ ଭୁଶୁଡ଼ି ପଡ଼ିଛି। ସୋମବାର ବିଳମ୍ବିତ ରାତିରେ ରାଜପଥର ପାର୍ଶ୍ୱର ପ୍ରାୟ ଶହେ ମିଟର ଫିକ୍ସନ ରେଲିଂ ବା କଙ୍କ୍ରିଟ୍ ରେଲିଂ ହଠାତ ଭୁଶୁଡ଼ି ପଡିଥିଲା। ଏହି ସମୟରେ ଆଖାପାଖରେ କୌଣସି
କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ଠାରେ ନିର୍ମାଣାଧୀନ ୫୩ ନଂ ଜାତୀୟ ରାଜପଥ ଭୁଶୁଡି ପଡିଲା


କେନ୍ଦ୍ରାପଡା,୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଶ୍ୟାମସୁନ୍ଦରପୂରୁ ଠାରେ ନିର୍ମାଣାଧୀନ ୫୩ ନମ୍ଵର୍ ଜାତୀୟ ରାଜପଥ ଭୁଶୁଡ଼ି ପଡ଼ିଛି। ସୋମବାର ବିଳମ୍ବିତ ରାତିରେ ରାଜପଥର ପାର୍ଶ୍ୱର ପ୍ରାୟ ଶହେ ମିଟର ଫିକ୍ସନ ରେଲିଂ ବା କଙ୍କ୍ରିଟ୍ ରେଲିଂ ହଠାତ ଭୁଶୁଡ଼ି ପଡିଥିଲା। ଏହି ସମୟରେ ଆଖାପାଖରେ କୌଣସି ପ୍ରକାର ନିର୍ମାଣ କାମ ଚାଲୁ ନଥିବାରୁ ଧନ ଜୀବନ କ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ଏଭଳି କାହିଁକି ହେଲା କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ। ନିର୍ମାଣ ଭୁଶୁଡ଼ିବା ସମ୍ପର୍କରେ ଟେକ୍ନିକାଲ ଟିମ୍ ତଦନ୍ତ କରିବ ବୋଲି ନିର୍ମାଣ ସଂସ୍ଥାର ସାଇଟ୍ ଇଞ୍ଜିନିୟର ଦୀପକ ସେନ୍ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande