
ନୂଆଦିଲ୍ଲୀ,୧୭ ମାର୍ଚ୍ଚ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଦେଶର ଭବିଷ୍ୟ ଆମ ଛୁଆମାନେ ଏବଂ ତାଙ୍କୁ ପୌଷ୍ଟିକ ଭୋଜନ ତଥା ଗୁଣବତାପୂର୍ଣ୍ଣ ଶିକ୍ଷାର ଉପଲବ୍ଧତା ସୁନିଶ୍ଚିତ କରିବା ଅତ୍ୟନ୍ତ ଆବଶ୍ୟକ।
ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ଦିନ ଅକ୍ଷୟ ପାତ୍ର ଫାଉଣ୍ଡେସନ ଦ୍ୱାରା ପାଂଚ ଆରବ ଭୋଜନ ପରସିବାର ଉପଲବ୍ôଧ ଉପଲକ୍ଷେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି କଥା କହିଛନ୍ତି।
ସେ କହିଛନ୍ତି ଯେ ଭାରତ ସରକାର ଗର୍ଭବତୀ ମହିଳାମାନେ ଏବଂ ଶିଶୁଙ୍କୁ ଉତ୍କୃଷ୍ଟ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ କେତେକ ମହତ୍ୱପୂର୍ଣ୍ଣ ଦିଗ ଆରମ୍ଭ କରିଛି। ପିଏମ୍ ପୋଷଣରେ ଚାଲୁଥିବା ସ୍କୁଲ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଭିଭାବକଙ୍କ ପାଇଁ ଛୁଆଙ୍କୁ ସ୍କୁଲ ପଠାଇବାର ଏକ ମହତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରମାଣ ହୋଇଛି। କେତେକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଯୋଜନାରେ ଶିଶୁଙ୍କ ନାମାଙ୍କନ, ଉପସ୍ଥିତି ଏବଂ ସ୍କୁଲରେ ରହିବା ରେଟ୍ରେ ବୃଦ୍ଧି ହୋଇଛି, ଏହାସହ ତାଙ୍କର ଶିଖିବାର କ୍ଷମତା ଏବଂ ଶୈକ୍ଷଣିକ ପ୍ରଦର୍ଶନରେ ମଧ୍ୟ ସୁଧାର ହୋଇଛି।
ରାଷ୍ଟ୍ରପତି କହିଛନ୍ତି ଯେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସମଗ୍ର ଶିକ୍ଷା ଅଭିଯାନର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛି, ଯାହାର ଲକ୍ଷ୍ୟ ୨୦୩୦ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ସମାବେଶୀ ଏବଂ ଗୁଣବତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା। ସେ ପାଂଚ ଆରବ ଭୋଜନ ଉପଲବ୍ଧ କରାଇବାର ଉପଲବ୍ôଧକୁ ପ୍ରଶଂସା କରି କହିଛନ୍ତି ଯେ କାର୍ଯ୍ୟକ୍ରମର ଥିମ୍ ପୋଷିତ ଏବଂ ଶିକ୍ଷିତ ଭାରତରେ ବିକଶିତ ଭାରତ ଆମର ରାଷ୍ଟ୍ରୀୟ ସଂକଳ୍ପ ବିକଶିତ ଭାରତ ୨୦୪୭କୁ ସାକାର କରିବାରେ ପୋଷଣ ଏବଂ ଶିକ୍ଷାର ମୁଖ୍ୟ ଭୂମିକାକୁ ଦର୍ଶାଏ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି