ପୋଲିସ ପକ୍ଷରୁ ‘ଆନାପାନ’ ଧ୍ୟାନ ଓ ମାନସିକ ଏକାଗ୍ରତା ଶିବିର
ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଇନଡୋର ଷ୍ଟାଡିୟମରେ ନୂଆପଡ଼ା ପୋଲିସ ପକ୍ଷରୁ ‘ଆନାପାନ’ ଆଧାରିତ ଧ୍ୟାନ ଓ ମାନସିକ ଏକାଗ୍ରତା କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଏସଡିପିଓ ଖି
Police pakshyaru sibir


ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଇନଡୋର ଷ୍ଟାଡିୟମରେ ନୂଆପଡ଼ା ପୋଲିସ ପକ୍ଷରୁ ‘ଆନାପାନ’ ଆଧାରିତ ଧ୍ୟାନ ଓ ମାନସିକ ଏକାଗ୍ରତା କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଏସଡିପିଓ ଖିରେଶ୍ୱର ସାହୁ, ମର୍ଶିରାଣୀ ପୂର୍ତ୍ତି, ସ୍ୱାଧୀନ ମିଶ୍ର, ଉପେନ୍ଦ୍ର ପ୍ରଧାନ, ନୂଆପଡା ଆଇଆଇସି ଗଙ୍ଗାଧର ମେହେର, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଜିଲ୍ଲା ଆରକ୍ଷୀ ବାହିନୀର ଶତାଧିକ ଯବାନ, ବିଭିନ୍ନ ବିଭାଗର ଅଧିକାରୀ ଓ ନାଗରିକମାନେ ଯୋଗ ଦେଇଥିଲେ। ଯୋଗ ଗୁରୁ ଭାନୂଜୀ ମେହେଟା (ରାଜକୋଟ) ଏବଂ ଧମ୍ମ ଉତ୍କଳ ବିପଶ୍ୟନା କେନ୍ଦ୍ର, ଚନାବେଡ଼ାର ନିର୍ଦ୍ଦେଶିକା ରାଜେଶ୍ୱରୀଙ୍କ ତତ୍ତ୍ୱାବଧାନରେ ସମସ୍ତଙ୍କୁ ବିପଶ୍ୟନା ଧ୍ୟାନ ସାଧନାର ଅଭ୍ୟାସ କରାଯାଇଥିଲା।

ଗୁରୁଜୀ ମାନେ ମତ ପ୍ରକାଶ କରିଥିଲେ ଯେ, ମାନସିକ ଏକାଗ୍ରତା ଜୀବନକୁ ସନ୍ତୁଳିତ ଓ ସୁସଂଗଠିତ କରିବାରେ ସହାୟକ ହୁଏ। ଏହା ଦ୍ୱାରା କ୍ରୋଧ, ଲୋଭ, ଭୟ, ଚିନ୍ତା ଓ ମାନସିକ ଚାପରୁ ମୁକ୍ତି ମିଳିଥାଏ ଓ ମନର ଶାନ୍ତି ବଜାୟ ରହେ। ବିଶେଷକରି ମହିଳାମାନଙ୍କ ଯୋଗ ଓ ଧ୍ୟାନ ଅଭ୍ୟାସ ଦ୍ୱାରା ସେମାନଙ୍କ ମାନସିକ ଶକ୍ତି ବୃଦ୍ଧିରେ ସହାୟକ ହୁଏ ବୋଲି କହିଥିଲେ। ବିପଶ୍ୟନା ଧ୍ୟାନକୁ ଭାରତର ଏକ ପ୍ରାଚୀନ ଏବଂ ବୈଜ୍ଞାନିକ ସାଧନା ପଦ୍ଧତି ବୋଲି ବର୍ଣ୍ଣନା କରାଯାଇଥିଲା। ଏହା ଆତ୍ମନିରୀକ୍ଷଣ ଦ୍ୱାରା ଆତ୍ମଶୁଦ୍ଧି ସାଧନ କରି ଜୀବନକୁ ସରଳ, ସଂଯମିତ ଓ ସୁଖମୟ କରିଥାଏ।ଏହି ଅବସରରେ ବିପଶ୍ୟନା ଧ୍ୟାନ ଶିକ୍ଷା ପାଇଁ ନିୟମିତ ଭାବରେ ୧୦ ଦିନିଆ ନିଃଶୁଳ୍କ ଆବାସିକ ଶିବିର ସ୍ଥାନୀୟ ଚନାବେଡା ଆଶ୍ରମରେ ଆୟୋଜିତ ହେଉଥିବା ନିର୍ଦ୍ଦେଶିକା କହିଥିଲେ l ବର୍ତ୍ତମାନ ଏହି ପ୍ରଶିକ୍ଷଣ ବିଶ୍ୱର ୧୪୦ରୁ ଅଧିକ ଦେଶରେ ଉପଲବ୍ଧ ରହିଛି। ଆରକ୍ଷୀ ଅଧିକ୍ଷକ କହିଲେ ଯେ ଶ୍ୱାସ କ୍ରିୟା ର ସଠିକ୍ ନିୟନ୍ତ୍ରଣ ଦ୍ଵାରା ଜୀବନରେ ଅଭୂତପୂର୍ବ ସଫଳତା ଓ ଶାନ୍ତି ମିଳିପାରେ l ଆରକ୍ଷୀ ବାହିନୀ ସବୁବେଳେ ଶାରୀରିକ ଓ ମାନସିକ ଚାପଗ୍ରସ୍ତ ରହୁଥିବାରୁ ଯୋଗ, ଧ୍ୟାନ ଓ ଉପାସନା ସେମାନଙ୍କ ଜୀବନଚର୍ଯ୍ୟାରେ ନିୟମିତ ସାମିଲ ହେବା ଆବଶ୍ୟକ l କାର୍ଯ୍ୟକ୍ରମଟି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁଚାରୁ ଭାବରେ ପରିଚାଳିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande