୩ କଂଗ୍ରେସ ବିଧାୟକ ନିଲମ୍ବିତ, ଆଗକୁ ସଭ୍ୟପଦ ରଦ୍ଦ ପାଇଁ କାର୍ଯାନୁଷ୍ଠାନ
ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ଗତକାଲି ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦଳର ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ସେମାନଙ୍କ ବିରୋଧରେ ଶୃଙ୍ଖଳାନୁଗତ କାର୍ଯ୍ୟାନୁଷ୍ଠାନ ସସ୍ୱରୂପ ଦଳର ୩ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଷଙ୍କୁ ନିଲମ୍ବନ କର
fgt


ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ଗତକାଲି ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଦଳର ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ସେମାନଙ୍କ ବିରୋଧରେ ଶୃଙ୍ଖଳାନୁଗତ କାର୍ଯ୍ୟାନୁଷ୍ଠାନ ସସ୍ୱରୂପ ଦଳର ୩ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋଷଙ୍କୁ ନିଲମ୍ବନ କରିଛି କଂଗ୍ରେସ।

ମଙ୍ଗଳବାର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀ ଯୋଗଦେଇ କହିଥିଲେ ଯେ, ସମସ୍ତ ବିଧାୟକଙ୍କୁ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟ୍ୟନ୍ତ ଭୁବନେଶ୍ୱରରେ ରହି ଯୋଗାଯୋଗରେ ରହିବାକୁ ହୁଇପ ଜାରି କରାଯାଇଥିଲା ଏବଂ ଦଳର ନିର୍ଦ୍ଦେଶକ୍ରମେ ବିଜେଡ଼ି ଓ କଂଗ୍ରେସର କମନ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କୁହାଯାଇଥିଲା । କିନ୍ତୁ ତାହାକୁ ଅବମାନନା କରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦଳ ବିରୁଦ୍ଧରେ ଯାଇ ବିଜେପି ସମର୍ôଥିତ ପ୍ରାର୍ଥୀଙ୍କୁ ଭୋଟ ଦାନ କରିଥିଲେ । ଯାହା ଗୁରୁତ୍ୱର ବିଶୃଙ୍ଖଳିତ ଆଚରଣର ପରିଚାୟକ । ତେଣୁ ଏଆଇସିସିଙ୍କ ସହମତି କ୍ରମେ ଉପରୋକ୍ତ ୩ ବିଧାୟକଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଗଲା । ଏହାଛଡ଼ା କଟକ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ଦଳବିରୋଧି ଆଚରଣ ପାଇଁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଗଲା ।

ଏହି ସମ୍ମିଳନୀକୁ ସମ୍ବୋଧିତ କରି ମିଡିଆସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ଏଭଳି ଆଚରଣ ଅକ୍ଷମଣୀୟ ଅଟେ । ନିଜକୁ କଂଗ୍ରେସର ସଚ୍ଚା ରକ୍ଷକ ବୋଲି ବାହାସ୍ଫୋଟ ମାରୁଥିବା ନେତା କିଭଳି ଗାଈଗୋରୁଙ୍କ ଭଳି ବିଜେପି ହାତରେ ବିକ୍ରୀ ହୋଇଗଲେ । ବର୍ତମାନ ନିଲମ୍ବନ କରାଯାଇଛି ଆଗକୁ ସଭ୍ୟପଦ ରଦ୍ଦ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ଯେଭଳି ପୂର୍ବରୁ ଶରଦ ଯାଦବଙ୍କ ସଭ୍ୟ ପଦ ମାନ୍ୟବର ସୁପ୍ରିମ କୋର୍ଟ ରଦ୍ଦ କରିଥିଲେ । ଦଳ ସହିତ ସେମାନେ କେବଳ ବିଶ୍ୱାସଘାତ କରିନାହାନ୍ତି ବରଂ ନିଜ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ କୁଠାରଘାତ କରିଛନ୍ତି । ଯେଉଁମାନଙ୍କ ମାନଙ୍କ ଚୋରା ଓ ଦୁର୍ନିତୀଯୁକ୍ତ କାରବାର ଅଛି ସେମାନେ ଶାସକ ଦଳକୁ ସମର୍ଥନ କରିବାକୁ ବାଧ୍ୟ । ତେବେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କେତେ କୋଟି ଟଙ୍କା ନେଇଛନ୍ତି ତାହା ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ପ୍ରକାଶ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande