ଆରସିଡିସି ର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ
ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଲଟିକ୍ରା ଠାରେ ଅବସ୍ଥିତ ଥିବା ଆର୍ ସି ଡି ସି କାର୍ଯ୍ୟାଳୟ ଠାରେ ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆର୍ ସି ଡି ସି ର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଉକ୍ତ ପ୍ରତିଷ୍ଠା ଦିବସ
ଆର ସି ଡି ସି ର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ।


ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଲଟିକ୍ରା ଠାରେ ଅବସ୍ଥିତ ଥିବା ଆର୍ ସି ଡି ସି କାର୍ଯ୍ୟାଳୟ ଠାରେ ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆର୍ ସି ଡି ସି ର ଆଞ୍ଚଳିକ ପରିଚାଳକ ଶମ୍ଭୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଉକ୍ତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପୂର୍ବତନ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଆର୍ ସି ଡି ସି ର କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଆର୍ ସି ଡି ସି ର ସର୍ବ ପୁରାତନ ପ୍ରୋଗ୍ରାମ ଅଫିସର ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ବଲାଙ୍ଗୀର ଜିଲ୍ଲାରେ କରିଥିବା ସଫଳ କାର୍ଯ୍ୟକ୍ରମ ଉପସ୍ଥାପକ କରିଥିଲେ।

ଏହି ଅବସରରେ ତ୍ରିରଙ୍ଗା ଯୁବକ ସଂଘ ର କୈଳାସ ସାହୁ ସଂଗଠନ ଉପରେ ସକାରାତ୍ମକ ପ୍ରଭାବର ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ, ପଲ୍ଲୀ ଆଲୋକ ପାଠାଗାର ର ପଞ୍ଚାନନ ମିଶ୍ର, ଦ ହ୍ୟୁମାନ ଡେଭଲପମେଣ୍ଟ ର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande