ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ସାଧନ କେନ୍ଦ୍ର ଶିକ୍ଷଣ କର୍ମଶାଳା
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ସିଦ୍ଧ ମରିଚାଣୀ ବିଦ୍ୟାପୀଠ ବଗଡ଼ା ଅଧୀନରେ ଥିବା ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ କର୍ମଶାଳା -୨୦୨୬ ଦୁଇ ଦିନ ଧରି ଚାଲିଥିଲା, ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ରର ୧୬ ଜଣ ଶିକ୍ଷକ ଓ ଶିକ୍ଷୟ
ସିଦ୍ଧ ମରିଚାଣୀ ବିଦ୍ୟାପୀଠ ରେ ସାଧନ କେନ୍ଦ୍ର ଶିକ୍ଷଣ କର୍ମଶାଳା


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ସିଦ୍ଧ ମରିଚାଣୀ ବିଦ୍ୟାପୀଠ ବଗଡ଼ା ଅଧୀନରେ ଥିବା ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ କର୍ମଶାଳା -୨୦୨୬ ଦୁଇ ଦିନ ଧରି ଚାଲିଥିଲା, ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ରର ୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ୱନ୍ଧୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ଯାହା ଶ୍ରେଣୀ ଗୃହରେ ପିଲା ମାନଙ୍କ ପାଇଁ ଶିକ୍ଷଣ ପାଇଁ ଆବଶ୍ୟକ ହୋଇଥାଏ।

ଏହାକୁ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଚ୍ୟୁତକ୍ଷ ନନ୍ଦ ସାମଲ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ଦାସ ଏହାକୁ ଉଦଘାଟନ କରଥିଲେ ଓ ରଞ୍ଜନ କୁମାର ରାଉତରାୟ ଉଦଯାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande