ରାଷ୍ଟ୍ରପତିଙ୍କ ଜଳଖିଆରେ ସାମିଲ ହୋଇ ତୃଣମୂଳର ଚିନ୍ତା ବଢାଇଲେ ସୌଗତ ରାୟ
କୋଲକାତା, 17 ମାର୍ଚ୍ଚ (ହି.ସ.)- ତୃଣମୂଳ କଂଗ୍ରେସର ଘୋଷିତ ଆଭିମୁଖ୍ୟକୁ ଅମାନ୍ୟ କରି ବରିଷ୍ଠ ସାଂସଦ ସୌଗତ ରାୟ ରାଷ୍ଟ୍ରପତିଙ୍କ ଜଳଖିଆ କାର୍ଯ୍ୟକ୍ରମରେ ଯୋଗଦେଇଥିବାକୁ ନେଇ ଦଳ ଭିତରେ ରାଜନୈତିକ ଆଲୋଚନା ଆରମ୍ଭ ହୋଇଛି। ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୃଣମୂଳର ଅନ୍ୟ
ରାଷ୍ଟ୍ରପତିଙ୍କ ଜଳଖିଆରେ ସାମିଲ ହୋଇ ତୃଣମୂଳର ଚିନ୍ତା     ବଢାଇଲେ ସୌଗତ ରାୟ


କୋଲକାତା, 17 ମାର୍ଚ୍ଚ (ହି.ସ.)- ତୃଣମୂଳ କଂଗ୍ରେସର ଘୋଷିତ ଆଭିମୁଖ୍ୟକୁ ଅମାନ୍ୟ

କରି ବରିଷ୍ଠ ସାଂସଦ ସୌଗତ ରାୟ ରାଷ୍ଟ୍ରପତିଙ୍କ ଜଳଖିଆ କାର୍ଯ୍ୟକ୍ରମରେ ଯୋଗଦେଇଥିବାକୁ ନେଇ ଦଳ

ଭିତରେ ରାଜନୈତିକ ଆଲୋଚନା ଆରମ୍ଭ ହୋଇଛି। ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୃଣମୂଳର ଅନ୍ୟ

କୌଣସି ସାଂସଦ ଯୋଗଦେଇନଥିଲେ, କିନ୍ତୁ ଦମଦମର ସାଂସଦ ସୌଗତ ରାୟଙ୍କ ଉପସ୍ଥିତି ଅନେକ

ପ୍ରଶ୍ନ ଉଠାଇଛି ।

ଚଳିତ ମାସର ଆରମ୍ଭରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସମ୍ମିଳନୀ ସମୟରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଓ

ଆତିଥ୍ୟକୁ ନେଇ ସାର୍ବଜନିକ ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ

ଯେ କାହିଁକି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତାଙ୍କ ନିୟୁକ୍ତ କୌଣସି

କ୍ୟାବିନେଟ୍ ସ୍ତରର ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ। ଏହି ଘଟଣା ପରେ ତୃଣମୂଳ ଓ

ରାଷ୍ଟ୍ରପତି ଭବନ ମଧ୍ୟରେ ସମ୍ପର୍କରେ ଥଣ୍ଡାପଣ ଆସିଥିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷ୍ୟରେ ୧୬ ମାର୍ଚ୍ଚରେ ରାଷ୍ଟ୍ରପତିଙ୍କ ଜଳଖିଆ

ଆମନ୍ତ୍ରଣକୁ ତୃଣମୂଳ ଅସ୍ୱୀକାର କରିବାକୁ ସିଦ୍ଧାନ୍ତ ନେଇଥିଲା। ରାଜ୍ୟସଭାରେ ଦଳର ମୁଖ୍ୟ

ସଚେତକ ନାଦିମୁଲ ହକ୍ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ପବିତ୍ର ରମଜାନ ମାସରେ ରୋଜା

ରଖିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ। ସେ ଏହା ମଧ୍ୟ ପ୍ରସ୍ତାବ ଦେଇଥିଲେ

ଯେ କାର୍ଯ୍ୟକ୍ରମଟି ଇଦ୍ ପରେ ଆୟୋଜନ କରାଯାଇଥାନ୍ତା ତେବେ ଭଲ ହେଇଥାନ୍ତା।

ଏମିତି ପରିସ୍ଥିତିରେ ସୌଗତ ରାୟଙ୍କ ରାଷ୍ଟ୍ରପତି ଭବନ

ପହଞ୍ଚିବା ଏବଂ କାର୍ଯ୍ୟକ୍ରମରେ ଯୋଗଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଜଳଖିଆ

ପରେ ସେ ରାଷ୍ଟ୍ରପତିଙ୍କ ସହ ଶିଷ୍ଟାଚାର ମୂଳକ ସାକ୍ଷାତ୍କାର କରିଥିଲେ ଏବଂ ପରେ ସଂସଦର

କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande