
ଗଞାମ, ୧୭ ମାର୍ଚ୍ଚ (ହି.ସ.)- ଶେରଗଡ଼ ବ୍ଲକ ପରିସରରେସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସମାଜସେବୀ ଏସ. ଅଶୋକ କୁମାର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ମମତା ଞ୍ଜଳି ପଣ୍ଡା ଅଧ୍ୟକ୍ଷତା କରି ଶିଶୁ ପାଇଁ ଦିନଟିଏ କାର୍ଯ୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏଥିରେ ସେ ଶିଶୁ ସୁରକ୍ଷା, କିଶୋରୀ ସଶକ୍ତିକରଣ, ନିର୍ଭୟାକଢି ମୋ ଗେଲ୍ଲାଝିଅ, ବାଲ୍ୟ ବିବାହ ସମାପ୍ତ ପାଇଁ ଟାସ୍କଫୋର୍ସ ବୈଠକ ଓ ମୁଖ୍ୟମନ୍ତ୍ରୀ ଙ୍କ କନ୍ୟା ବିବାହ ଯୋଜନା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ।
ପାଞ୍ଚ ଜଣ ପରିଦର୍ଶିକା, ବ୍ଳକ କର୍ମକର୍ତ୍ତା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଳକ ଶିକ୍ଷା ବିଭାଗର କର୍ମକର୍ତ୍ତା ସ୍ଥାନୀୟ ଅଭିଭାବକ, କିଶୋରୀ ଓ ବ଼ହୁ ଅଙ୍ଗନଵାଡି କର୍ମୀ ଓ ସହାୟିକା ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ