
ଜୟପୁର, ୧୭ ମାର୍ଚ୍ଚ (ହି.ସ.)-ଶିର।ଗୁଡ଼ା ତ୍ରିନାଥ ମନ୍ଦିର ନିକଟରେ ଦୀପ ଯଜ୍ଞ ଆୟୋଜିତ ହୋଇଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ସଜ୍ଜନ ମାନଙ୍କୁ ସଙ୍ଗଠିତ କରି ଅନୀତି ବିରୁଦ୍ଧରେ ସଂଘର୍ଷ କରିବା ୨୫୧ ଗ୍ରାମରୁ ୧୦୦୮ ଦେବ ଦମ୍ପତିଙ୍କୁ ନେଇ ୨୦ ଏକର ଜମିରେ ଭୂମି ପୂଜନ କରି ଯଜ୍ଞ ଓ ସଂସ୍କାରର ଆୟାଜନ କରିବା । ଏହି ମାସରେ ହେବାକୁ ଥିବା ଶ୍ରୀରାମ ଲୀଳା ଓ ଶ୍ରୀରାମ ନବମୀ କାର୍ଯ୍ୟକ୍ରମକୁ ସଫଳ କରିବା। ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି , ଋତୁମ୍ବରା ପ।ତ୍ର, ସପ୍ତ ଶୁତ୍ରୀ କାର୍ଯକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, କୋରାପୁଟ ଜିଲ୍ଲା ବ୍ଲକ ସମନ୍ୱୟକ ଗଙ୍ଗାଧର ପାଣିଗ୍ରାହି, ରଶ୍ମିତା ସିଅ, ନିରଞ୍ଜନ ଭାଇ ପୋଡେଇକେରା ସଂପର୍କ ସମାପନ କରି କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀକୁ ବୁଝାଇ ବାକୁ ଶିରିଗୁଡ଼ାରେ ଦୀପ ଯଜ୍ଞ ହେବା କଥା କହି ପ୍ରଳଙ୍କରି ସନ୍ଧି ବେଳରେ ଜାତି, ଧର୍ମ ,ବର୍ଣ୍ଣ ଭାଷା, ପ୍ରାନ୍ତ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ସନ।ତନି ବନ୍ଧୁ, ଜନ ଜାତିଙ୍କୁ ସଂଗଠିତ ହୋଇ ରହିବା ନିମନ୍ତେ ସନ୍ଦେଶ ଦେଇ ଶ୍ରୀ ରାମ ଯୁବ ସେନା ଓ ମାଆ ଭଗବତୀ ସ୍ୱାଧ୍ୟାୟ ମଣ୍ଡଳ ଗଠନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ସମସ୍ତ ସିରଗୁଡ଼ା ଗ୍ରାମବାସୀ । ସିଆଦୀମାଳ ଠାରେ ଏକ ଦୀପ ମହାଯଜ୍ଞ ଆୟୋଜିତ ହୋଇଥିଲା। ତାହାର ପରିଚାଳନା କରିଥିଲେ ସୁଶ୍ରୀ ମମତା ମିଶ୍ର, ରତନ ଭାଇ, ସତ୍ୟନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି