ଯୋଗାଣ ବିଭାଗ ପକ୍ଷରୁ ଚଢଉ, ଗ୍ୟାସ ସିଲିଣ୍ଡର ଜବତ
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଭାବେ ରଖିଥିବା ଗ୍ୟାସ ସିଲିଣ୍ଡରକୁ ଜବତ କରିବା ସହିତ ଜରିମାନା ଆଦାୟ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପୋହଳ ଛକ ଠାରେ ଥିବା ଏକ ହୋଟେଲରେ ଚଢଉ କରି ୪ ଗୋଟି
ଯୋଗାଣ ବିଭାଗ ପକ୍ଷରୁ ଚଢାଉ, ଗ୍ୟାସ ସିଲିଣ୍ଡର ଜବତ


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଭାବେ ରଖିଥିବା ଗ୍ୟାସ ସିଲିଣ୍ଡରକୁ ଜବତ କରିବା ସହିତ ଜରିମାନା ଆଦାୟ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପୋହଳ ଛକ ଠାରେ ଥିବା ଏକ ହୋଟେଲରେ ଚଢଉ କରି ୪ ଗୋଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହିତ ଜରିମାନା ଆଦାୟ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲପାଳ ରଘୁରାମ ଆର ଆୟାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଓ ବେସାମରିକ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରୀତମ ଦାସ ପୁନମ ଜେନା, ଦେବଶ୍ରୀ ମାର୍ଥା, ସ୍ୱରୂପ ଦାସ, ପୁଷ୍ପଲତା ଗାଣ, ଓମକାର ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande