



ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର କୃଷ୍ଣଚୂଡ଼ା ଇକୋ କ୍ଲବ ତରଫରୁ ଓ ପରିବେଶ ଶିକ୍ଷl କେନ୍ଦ୍ର, ଭୁବନେଶ୍ୱରର ମାର୍ଗଦର୍ଶନରେ ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗାଁ ପୋଖରୀ ସଫା ତଥା ପୋଖରୀ ଅlଡିରେ ବଉଳ ଗଛ ରୋପଣ କରାଯାଇଥିଲା l ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପୋଖରୀ ସଫା ଉପରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଚିତ୍ରାଙ୍କନରେ ସlମ୍ୟରଞ୍ଜନ ତାଣ୍ଡି, ପଦ୍ମଜିନି ସାହୁ ଓ ଅବକାଶ ମନହିରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ସ୍ଲୋଗାନ ପ୍ରତିଯୋଗିତାରେ ରଚିତା ଖମାରୀ, ଆର୍ଜନ ଷlଣ୍ଢ, ଗୌରୀ ଦୋରା କୃତିତ୍ୱ ଅର୍ଜନ କରିଥିଲେ ଓ ପୁରସ୍କୃତ ହୋଇଥିଲେ l ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ ଓ ଶ୍ରୀ ବଡ଼ପଣ୍ଡା ପୋଖରୀ ସଫା କରିବାରେ ତଥା ବୃକ୍ଷରୋପଣ କରିବାରେ ପରିବେଶର କଣ ସବୁ ଉପକାର ହୁଏ ଛାତ୍ରଛତ୍ରୀମାଙ୍କୁ ଦିଗଦର୍ଶନ ଦେଇଥିଲେ l
ତା'ପରେ ଏକ ସଚେତନତା ପଦଯାତ୍ରା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ପୁଣି ବିଦ୍ୟାଳୟରେ ସଭାରେ ଶିକ୍ଷୟତ୍ରୀ ମଞ୍ଜରୀ ସୁନା, ଶିକ୍ଷକ ନୀଳାମ୍ବର ନନ୍ଦ, ଅପର୍ଣ୍ଣା ପଟେଲ ଉପସ୍ଥିତ ଥିଲେ l ବୃକ୍ଷରୋପଣରେ ହରିବୋଲ ପଧାନ, ରଞ୍ଜନ ପଧାନ, ରୋହିତ ନାଏକ, ଗଜିନ୍ଦ୍ର ସୁନା, ରାହୁଲ ବସ୍ତିଆ ସହଯୋଗ କରିଥିଲେ l ସଭା ଶେଷରେ ଶିକ୍ଷୟିତ୍ରୀ ଶ୍ରୀମାସୁତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ