



ବଲାଙ୍ଗୀର,୧୭ ମାର୍ଚ୍ଚ(ହି.ସ.) – ଆଗଲପୁର ବ୍ଲକର ଜୀବନ ଜୀବିକା କୁହାଯାଉଥିବା ଅଙ୍ଗନଦୀ ଖରା ପୂର୍ବରୁ ଶୁଖିଲା ପଡିଛି। ଦଶନ୍ଧି ପୂର୍ବେ ବର୍ଷ ତମାମ ନଦୀରେ ଧାର ବୋହୁଥିଲା। ଫଳରେ ଆଗଲପୁର ବ୍ଲକ ର ୩୫ ଟି ଗାଁ ରୁ ଉର୍ଦ୍ଧ ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ୧୫ଟି ଗାଁ କୁ ଚାଷ ଓ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଥିଲା। ହେଲେ ବର୍ତମାନ ଶୀତରୁ ସ୍ରୋତ ଶୁଖି ଯାଉଛି। ଦୀର୍ଘବର୍ଷ ହେଲା ଅଂଚଳବାସୀ ଅଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗଲପୁର ବ୍ଲକ କୁଟାସିଂହା ନିକଟରେ ଅଙ୍ଗନଦୀରେ ୨୪୭. ୫୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିଥିଲେ। ବର୍ତମାନ ର ସ୍ଥାନୀୟ ବିଧାୟକ ଓ ଭିଭାଗୀୟ ଅଧିକାରୀ ମଧ୍ୟ୍ୟ ପ୍ରସ୍ଥାବିତ ସ୍ଥାନ କୁ ପରିଦର୍ଶନ କରି ଯାଇଛନ୍ତି। ହେଲେ ଏହା ଭିତରେ ୨ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ଆଗକୁ ହେବ କୁ ନାହିଁ ତାହା ମଧ୍ୟ୍ୟ ସନ୍ଦେହ ଘେରରେ। ସୂଚନା ଯୋଗ୍ୟ ଯେ ଅଙ୍ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ହେଲେ ଆଗଲପୁର ବ୍ଲକ କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମେଲାମୁଣ୍ଡା, ହରଭଙ୍ଗା, ମୁରଶୁଣ୍ଢ, ସାଲେଭଟା ଆଦି ୨୦ ଟି ଗାଁ ଓ ଡୁଙ୍ଗୁରିପାଲି ବ୍ଲକ ର କପାଶିରା, ଡାହୁକବୁଡ଼, ଭାଟବାହାଳୀ, ତମମୁରା, ଦିଗଶିରା, ଚେରୁପାଲି ଆଦି ୧୦ରୁ ଅଧିକ ଗାଁ ର ଜନସାଧାରଣ ପାନୀୟ ଜଳ ପାଇବା ସହିତ ପାଖାପାଖି ୩୦ ହଜାର ହେକ୍ଟର ଜମିକୁ ପାଣି ମାଡିବା ନେଇ ଆକଳନ କରା ଯାଇଛି। ଏବଂ ଏହା ସହିତ ଭୁତଳ ଜଳସ୍ତର ବୃଦ୍ଧି ହେବା ସହ ମାଛ ଚାଷ, ପଶୁ ପାଳନ ଆଦି କ୍ଷେତ୍ର ରେ ସହାୟକ ହେବ। ଏଠାରେ ସୂଚନା ଯୋଗ୍ୟ ଯେ ପୂ୍ୱର୍ ସରକାର ସମୟ ରେ ଏହି ପ୍ରକଳ୍ପ ପାଇଁ ଅନୁଦାନ ଆସିଛି। ତେଣୁକରି ତୁରନ୍ତ କାମ ଆରମ୍ଭ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ