
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ଏସସିବି ଘଟଣାକୁ ନେଇ ବର୍ଷିଛନ୍ତି ବିଜେଡି
ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ସରକାର
ରହିଛନ୍ତି । ଓଡ଼ିଶାର ସରକାରୀ କିମ୍ବା ବେସରକାରୀ ହସ୍ପିଟାଲ ତଳସ୍ତରକୁ ଖସିଯାଇଛି । ମୁଁ ଯୁବପିଢ଼ିଙ୍କୁ
ଆହ୍ବାନ କରୁଛି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରନ୍ତୁ । ନୈତିକ ଦୃଷ୍ଟିରୁ
ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ତାପରେ ଯାଇ ତଦନ୍ତ କରନ୍ତୁ। ଏସସିବିହସ୍ପିଟାଲ ଜଳି ପୋଡ଼ି ପାଉଁଶ ହୋଇଗଲା । ଲୋକେ ଜୀବନ୍ତ ଦଗ୍ଧ ହୋଇଗଲେ ସରକାର କିନ୍ତୁ
ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ବୋଲି କହିଛନ୍ତି ଅରୁଣ ସାହୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା