ଏସ୍ସିବି ହସ୍ପିଟାଲ୍ ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.) : କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ସମ୍ପ୍ରତି ଘଟିଥିବା ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀ ଦଳର ବିଧାୟକମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ଓଡ଼ିଶା ବିଧାନସଭାରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ ବ
ଗୃହ କାର୍ଯ୍ୟ ବାଧାପ୍ରାପ୍ତ


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.) : କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ

ହସ୍ପିଟାଲ୍ରେ ସମ୍ପ୍ରତି ଘଟିଥିବା ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀ ଦଳର ବିଧାୟକମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ଓଡ଼ିଶା

ବିଧାନସଭାରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିବା ସହିତ ଏହି ଘଟଣା ସମ୍ପର୍କରେ

ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ।

ଏହାର ଫଳରେ ଆଜି ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲି ପାରି ନ ଥିଲା ।

ଗୃହର

କାର୍ଯ୍ୟ ନିର୍ଦ୍ଧାରିତ ସକାଳ 10.30ରେ ଆରମ୍ଭ ହୋଇଥିଲା ଏବଂ ବିଧାନସଭା

ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନକାଳ ଆରମ୍ଭ

କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିଜେଡି ଓ କଂଗ୍ରେସ ବିଧାୟକମାନେ

ହଟ୍ଟଗୋଳ ଓ ନାରାବାଜୀ କରିବା ଆରମ୍ଭ

କରିଦେଇଥିଲେ । ବିରୋଧୀ ଦଳର ସଦସ୍ୟମାନେ ସଦନର ମଧ୍ୟଭାଗକୁ ଯାଇ ସରକାର ବିରୋଧୀ ନାରା ଦେଇଥିଲେ

ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ସମୟରେ ସେମାନେ ହସ୍ପିଟାଲ୍

ଦୁର୍ଘଟଣା ସମ୍ପର୍କିତ ସ୍ଲୋଗାନ୍ ଲେଖା ପ୍ଲାକାର୍ଡ ମଧ୍ୟ ପ୍ରଦର୍ଶନ କରିଥିଲେ।

ବିଧାନସଭା ବାଚସ୍ପତି

ସୁରମା ପାଢ଼ୀ ହଟ୍ଟଗୋଳ କରୁଥିବା

ବିଧାୟକମାନଙ୍କୁ ନିଜ ଆସନକୁ ଫେରି ଗୃହ

କାର୍ଯ୍ୟରେସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ତେବେ ତାଙ୍କର ଅନୁରୋଧରେ କୌଣସି

ପ୍ରଭାବ ପଡ଼ି ନଥିଲା। ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ

12ଟା ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande