ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜନ
ଦେବେନ୍ଦ୍ର


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର

ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ଜନପ୍ରିୟ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଜଣେ ଦକ୍ଷ ନେତୃତ୍ୱ, ନିଷ୍ଠାପର ସମାଜସେବୀ ଏବଂ ସରଳ ବ୍ୟକ୍ତିତ୍ୱ ଭାବେ ସେ ଓଡ଼ିଶାର ସାମାଜିକ ତଥା ରାଜନୈତିକ

କ୍ଷେତ୍ରକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି, ତାହା ସଦା ଅବିସ୍ମରଣୀୟ। ରାଜ୍ୟର ସ୍ୱାର୍ଥ ରକ୍ଷା ଏବଂ ଜନସାଧାରଣଙ୍କ ସେବା ପାଇଁ ତାଙ୍କର

ସମର୍ପିତ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande