ଗିରିବାଳା ବେହେରା କଂଗ୍ରେସ ଦଳରୁ ବହିଷ୍କାର
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ଗିରିବାଳା ବେହେରା କଂଗ୍ରେସ ଦଳରୁ ବହିଷ୍କାର ।କ୍ରମାଗତ ଭାବରେ ଦଳୀୟ ନିର୍ଦ୍ଦେଶନାମା ଗୁଡ଼ିକୁ କାର୍ଯ୍ୟକାରୀ ନକରିବା ସହିତ ଦଳବିରୋଧ କାର୍ଯ୍ୟରେ ଲିପ୍ତ ରହୁଥିବା ଯୋଗୁଁ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲ
ଗିରିବାଳା ବେହେରା କଂଗ୍ରେସ ଦଳରୁ ବହିଷ୍କାର


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ଗିରିବାଳା ବେହେରା କଂଗ୍ରେସ ଦଳରୁ ବହିଷ୍କାର ।କ୍ରମାଗତ ଭାବରେ ଦଳୀୟ ନିର୍ଦ୍ଦେଶନାମା ଗୁଡ଼ିକୁ କାର୍ଯ୍ୟକାରୀ ନକରିବା ସହିତ ଦଳବିରୋଧ

କାର୍ଯ୍ୟରେ ଲିପ୍ତ ରହୁଥିବା ଯୋଗୁଁ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଅନୁମୋଦନକ୍ରମେ କଟକ

ନଗର ଜିଲ୍ଲା କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କୁ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ

ବହିଷ୍କାର କରାଯାଇଥିବା ନେଇ ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ

ସୁଜିତ ପାଢୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande