
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପ୍ରସିଦ୍ଧ ଜନନେତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ଭୁବନେଶ୍ୱରର ଓୟୁଏଟି ପରିସର ଅବସ୍ଥିତ କୃଷି ଶିକ୍ଷା ସଦନରେ ଏକ ସ୍ବତନ୍ତ୍ର ସ୍ମୃତି କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏହି କାର୍ଯ୍ୟକ୍ରମଟି ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଛି, ଯେଉଁଥିରେ ଅନେକ ପ୍ରମୁଖ ଅତିଥି ଯୋଗଦେବେ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହିତ ରାଜ୍ୟ ସଭାପତି ମନମୋହନ ସାମଲ ଓ ବହୁ ମନ୍ତ୍ରୀ ଓ ବିଧାୟକମାନେ ଏହି ସଭାରେ ସାମିଲ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା