ରେଲୱେ ଷ୍ଟେସନ ରୋଡରୁ ୨୬ କିଲୋ ଗଂଜେଇ ଜବତ :୨ ଗିରଫ
ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ୨୬ କିଲୋ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ପୋଲିସ ଜବତ କରିଛି । ଏହାର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଏହା ସହିତ ଚାଲାଣ କାରି ୨ ଜଣଙ୍କୁ ଗିରଫ କରିଛି । ଆଜି ବଲାଙ୍ଗୀର ପୋଲିସର ଏକ ଦଳ ଚଢ଼ଉ କରି ବିପୁଳ ପରିମାନର ଗଞ୍ଜେଇ ଜବତ କରିଛି । ଅବୈଧ ଗଂଜେଇ ଚାଲାଣ ହୋଥ
ରେଲୱେ ଷ୍ଟେସନ ରୋଡରୁ ୨୬ କିଲୋ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ :୨ ଗିରଫ


ରେଲୱେ ଷ୍ଟେସନ ରୋଡରୁ ୨୬ କିଲୋ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ :୨ ଗିରଫ


ବଲାଙ୍ଗିର, ୧୭ ମାର୍ଚ୍ଚ (ହି.ସ.)- ୨୬ କିଲୋ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ପୋଲିସ ଜବତ କରିଛି । ଏହାର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଏହା ସହିତ ଚାଲାଣ କାରି ୨ ଜଣଙ୍କୁ ଗିରଫ କରିଛି ।

ଆଜି ବଲାଙ୍ଗୀର ପୋଲିସର ଏକ ଦଳ ଚଢ଼ଉ କରି ବିପୁଳ ପରିମାନର ଗଞ୍ଜେଇ ଜବତ କରିଛି । ଅବୈଧ ଗଂଜେଇ ଚାଲାଣ ହୋଥିବା ନେଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସ ମାଲପଡା ରେଲୱେ ଷ୍ଟେଷନ ରୋଡରେ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିଥିଲା । ଏହି ୨ ଜଣ ବିହାର ରାଜ୍ୟର ବୋଲି ଜଣାପଡିଛି । ଏମାନେ ହେଲେ ବିହାର ପୂର୍ବ ଚମ୍ପାରନର ସୁଗାଉଲି ଥାନା ଅନ୍ତର୍ଗତ ସୁଗାଓଁ ର ମିକି ମିଶ୍ର(୨୧) ଓ ଛୋଟା ବୌଦ୍ଧର ଆକାଶ କୁମାର(୨୬) । ସେମାନଙ୍କ ଠାରୁ ୨୯ କେଜି ୯୭ଠ ଗ୍ରାମ ଗଂଜେଇ ଜବତ କରିବା ସହ ଦୁଇଟି ମୋବାଇଲ, ଗିରଫ ଅଭିଯୁକ୍ତ ଆକାଶର ଆଧାରକାର୍ଡ ଓ ମିକି ମିଶ୍ରର ପରିଚୟ ପତ୍ର ମଧ୍ୟ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଇନିସପେକ୍ଟର ଏ.କେ. ସାହୁ, ଏସ୍.ଏଫ୍ ଏକ୍କା, ଏସ୍.ଆଇ ଦେବାଶିଷ ଶତପଥୀ ବୈକୁଣ୍ଠ ଦେହେରୀ, ଏଏସଆଇ ଏ.କେ. ପାଣ୍ଡେ, ବି.ଡି. ଭୋଇ ପ୍ରମୁଖ ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି । ଗିରଫ ବ୍ୟକ୍ତି ମାନଙ୍କ ନାମରେ ଟାଉନ ପି.ଏସ୍. କେଶ ନମ୍ବର ୧୪୪, ଦଫା୨ଠ(ବି) ଆଇଆଇ(ସି) ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି ।

ଆଜି ଟାଉନ ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ସରୋଜ କୁମର ଉପାଧ୍ୟାୟ ସୂଚନା ଦେଇ କହିଥିଲେ ଯେ, ଆଜି ଟାଉନ ପୋଲିସ୍ ର ଖବର ଅନୁସାରେ ଟାଉନ ପେଟ୍ରୋଲିଙ୍ଗ ଗାଡ଼ି ଏମାନଙ୍କୁ ଗୋଡ଼ାଇ ଧରିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଜଣେ ବ୍ୟକ୍ତି ଠାରୁ ଏମାନେ ଗଞ୍ଜେଇ ନେଇ ଟ୍ରେନ ଯୋଗେ ବିହାରକୁ ନେବାକୁ ଚେଷ୍ଟା କରୁଥିଲେ ତା' ଆଗରୁ ପୋଲିସ ଧରିବାରେ ସଫଳ ହୋଇଛି। ଯୋଗାଣକାରୀକୁ ଧରିବାକୁ ଥିବାରୁ ନାମ ଗୋପନ ରଖି ସୂଚନା ଦେଇଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ଟାଉନ ଥାନା ଆଇ ଆଇ ସି ଅବନୀ ସାହୁ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande