ପୁସ୍ତକ କବିତା କସ୍ତୁରୀ ଲୋକାର୍ପିତ
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ସାଧନା ପୀଠ ଐତିହାସିକ ସ୍ଥାନ ଜଳୈ।କା ଆନନ୍ଦଧାମରେ ବାବାଙ୍କର ଦୀକ୍ଷିତ ମହାବୀର ସତ୍ୟସେବା ମଣ୍ଡଳର ଗୁରୁଭାଇ କେଶବ ସେଠୀଙ୍କର ତୃତୀୟ ସୃଷ୍ଟି କବିତା ପୁସ୍ତକ କବିତା କସ୍ତୁରୀ ପଣ୍ଡିତ ହୃଷୀକେଶ ପଣ୍ଡାଙ୍କ ସଭାପତିତ୍ବ
ବାବା ବୈକୁଣ୍ଠ ବ୍ରହ୍ମଚାରୀଙ୍କ ସାଧନା


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ସାଧନା ପୀଠ ଐତିହାସିକ ସ୍ଥାନ ଜଳୈ।କା ଆନନ୍ଦଧାମରେ ବାବାଙ୍କର ଦୀକ୍ଷିତ ମହାବୀର ସତ୍ୟସେବା ମଣ୍ଡଳର ଗୁରୁଭାଇ କେଶବ ସେଠୀଙ୍କର ତୃତୀୟ ସୃଷ୍ଟି କବିତା ପୁସ୍ତକ କବିତା କସ୍ତୁରୀ ପଣ୍ଡିତ ହୃଷୀକେଶ ପଣ୍ଡାଙ୍କ ସଭାପତିତ୍ବରେ ଉପସ୍ଥିତ ଅତିଥି, ସଜ୍ଜନ ଓ ଗୁରୁଭାଇମାନଙ୍କ କର କମଳରେ ଲୋକାର୍ପିତ ହୋଇଯାଇଛି। ସର୍ବ ପ୍ରଥମେ ସଦଗୁରୁ ବୈକୁଣ୍ଠନାଥଙ୍କ ପୂଜା ଆରାଧନା କରିବା ପରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଗୁରୁ ଭାଇ ରମାକାନ୍ତ ଜେନାଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇ ପୁସ୍ତକ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ କଟକସ୍ଥିତ ରାଧାନାଥ ଉଚ୍ଚତର ଶିକ୍ଷାନୁଧ୍ୟାନ ପ୍ରତିଷ୍ଠାନର ସହକାରୀ ପ୍ରାଧ୍ୟାପକ ଡ଼. ଅଭୟ କୁମାର ରାଉତ ମୁଖ୍ୟ ଅତିଥି, କବି ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା, କବି ନିକୁଞ୍ଜ ବିହାରୀ ପୃଷ୍ଟି ପୁସ୍ତକ ସମୀକ୍ଷକ, ଶିକ୍ଷାବିତ୍ ମନୋରଞ୍ଜନ ତ୍ରିପାଠୀ, ଶରତ କୁମାର ରାଉତ, ଅଧ୍ୟାପକ ଦୀପକ କୁମାର ଓଝା ଓ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି କବିତା ପୁସ୍ତକଟିରେ ସ୍ଥାନ ପାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଏହି କବିତା ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ସହ ସମାଜ ସଂସ୍କାର କ୍ଷେତ୍ରରେ ଏକ ମାଇଲୀଖୁଣ୍ଟ ହେବ ବୋଲି ମତ ରଖିଥିଲେ।

ଏହି ଉତ୍ସବରେ ଗୁରୁଭାଇ ପରମାନନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ନାୟକ, ଜ୍ୟୋତ୍ସ୍ନାମୟୀ ମହାନ୍ତି, ବିଜୟ କୁମାର ସାହୁ, ଗୟାଧର ଭାଇ, ବଂଶୀଧର ଭାଇ ଏବଂ ଆଶ୍ରମର ଅନ୍ତେବାସୀମାନେ ଉପସ୍ଥିତ ରହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ପରିଚାଳନା କରିଥିଲେ। କବି ମନୋରଞ୍ଜନ ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ କବି ରଜନୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande