
ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମଙ୍ଗଳବାର ଦିନ ମୟୂରଭଞ୍ଜରେ ହୋଇଥିବାର ଘୂର୍ଣ୍ଣିବାତ୍ୟାର କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ରିଲିଫ ସେଂଟରଗୁଡିକର ସୁପରିଚାଳନା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭାବିତ ୯ଟି ଗାଁ ପାଇଁ ୯ ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏହାସହ ୩ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସହ କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା