
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ପଦ୍ମଭୂଷଣ ସ୍ବର୍ଗତ ମନୋହର ପାରିକରଙ୍କ
ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ରାଜନେତା, ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ, ପଦ୍ମଭୂଷଣ ସ୍ବର୍ଗତ ମନୋହର ପାରିକରଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
ରାଷ୍ଟ୍ର ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା