
ଭଦ୍ରକ, ୧୭ ମାର୍ଚ୍ଚ (ହି.ସ.) -ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ରେ ମଧ୍ୟ ଶବେକଦର ପର୍ବ ତଥା ଲଏଲତୁଲ କଦ୍ର ପର୍ବ ପାଳନ ହୋଇଯାଇଛ ିା ରମଜାନ ମାସର ୨୬ ରୋଜା (ଉପବାସ) ତଥା ୨୭ ତରା୍ୱୀ ନମାଜରେ ଶବେକଦର ପର୍ବ ପାଳନ କରାଯାଏ । ଏହି ରାତ୍ରି ରମଜାନ ମାସର ବଡ଼ ପର୍ବ ପାଳନ ହୁଏ। ଏହି ଶବେକଦରରେ ଇସଲାମ ଧର୍ମର ପବିତ୍ର କୋରାନ ନାଜିଲ ହୋଇଥିଲା । ଏହି ପର୍ବରେ ଭଦ୍ରକର ସମସ୍ତ ମସଜିଦ ଗୁଡିକ ରଙ୍ଗବେରଙ୍ଗର ଆଲୋକରେ ସଜା ଯାଇଥିଲା। ରମଜାନର ପ୍ରଥମ ତରା୍ୱୀ ରୁ ୨୭ ତରା୍ୱୀ ନମାଜ ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜ଼ ମାନେ ତରା୍ୱୀ ନମାଜ ପଢ଼ାନ୍ତି ଓ ୨୭ ତରା୍ୱୀ ରେ ନମାଜ ପଢ଼ୁଥିବା ଲୋକେ ନିଜ ନିଜର ଦେୟ (ନଜରାନା)କୁ ମସଜିଦର ହାଫିଜ଼ ଓ ମୌଜିନଙ୍କୁ ଦେଇଥାନ୍ତି । ଏହି ଶବେକଦର ରାତ୍ରିରେ ଅନିଦ୍ରା ରହି ରାତ୍ରି ତମାମ ନମାଜ ପାଠ କରନ୍ତି । ଜାମା ମସଜିଦ ସରଜମିନରେ ମଧ୍ୟ ଶବେକଦର ପର୍ବ ଜାମା ମସଜିଦ ର ସଭାପତି ହାଜୀ ଅବଦୁଲ କାସିମ ଖାନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ହାଫିଜୁଲ୍ଲାଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଏବଂ ଶେଖ ମଇରାଜୁଦ୍ଦିନ ଏହାର ସଂଯୋଜନା କରିଥିଲେ। ସଭାପତି , ସମ୍ପାଦକ ଓ ସଭ୍ୟ ମାନେ ମସଜିଦରୁ ଉଠିଥିବା ଅର୍ଥ ରାଶି ମୌଜିନ ଓ ସହ ମୌଜିନଙ୍କୁ ପ୍ରଦାନ କରିଥିଲେ ଏବଂ ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ ଜାମା ମସଜିଦର ହାଫିଜ଼ ଓ କାରୀ ମହମ୍ମଦ ସାଦିକ ହୋସେନ ଙ୍କୁ ଅର୍ଥରାଶି ଉପହାର ପ୍ରଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତରେ ଜାମା ମସଜିଦର ସଭାପତି ମସଜିଦର ଆୟ ଓ ବ୍ୟୟ ର ହିସାବ ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହି ତରା୍ୱୀ ନମାଜରେ ଛୋଟ ଛୋଟ ୭ ଜଣ ପିଲାଙ୍କୁ ମିର୍ଜା ଜାୱେଦ ଙ୍କ ତରଫରୁ ଉପହାର ପ୍ରଦାନ କରାଯାଇଥିଲା। ଏହା ଛଡା ମସଜିଦରେ ଅଏତେକାଫରେ ବସିଥିବା ୪ ଜଣ ଓ ବର୍ଷ ସାରା ମସଜିଦ ସଫେଇ କାର୍ଯ୍ୟ କରୁଥିବା ୨୫ ଜଣଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଇଥିଲା । ମସଜିଦର ଶବେକଦର ପର୍ବକୁ ଶେଖ ଇଲୟାସ , ମୁସଲିମ ଖାନ, ଶେଖ ଅନୱର (ବାବୁ), ଶେଖ ଇମତୀୟାଜ଼ , ଅବଦୁଲ ରହେମାନ ବୁଦ୍ଧିଆ , ଗୁଲ ମହମ୍ମଦ, ହାଜୀ ସଲାଉଦ୍ଦିନ , ଶେଖ ନିୟାଜ଼, ଅନୱର ସାହା, ମୀର ମହେବୁବ, ଉପସ୍ଥିତ ରହି ଶବେକଦର ପର୍ବକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ