
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନରେ ଓଡ଼ିଶା ଅସ୍ମିତା ଫେଲ୍
ମାରିଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ,
ବିଧାୟକ ଯେଉଁଭଳି ବାଇଗଣ ଦରରେ ବିକ୍ରି ହେଲେ ଏବଂ ଯେଉଁମାନେ ବିକ୍ରି ହୋଇପାରିବେ ବୋଲି ଭାବିଲେ
ତାହା ପ୍ରଶ୍ନ ସୃଷ୍ଟି କଲା । କିନ୍ତୁ ଯେଉଁ ମାନେ ଅନ୍ୟ ଦଳକୁ ଭୋଟ ଦେଲେ ସେମାନେ କାହିଁକି
ପୂର୍ବରୁ ଏନେଇ ସ୍ପଷ୍ଟ କଲେନି । କିନ୍ତୁ ସାହସ
କରି ଦେଲେ ।
ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦିଲ୍ଲୀପ ରାୟ
ଇତିହାସକୁ ପୁଣି ଥରେ ଦୋହରାଇଲେ । ବିଶ୍ଵକପ ଜିତିଲା ଭଳି । କ୍ରସ୍ ଭୋଟିଂ ମାଧ୍ୟମରେ ଜିତିବା
କିନ୍ତୁ ଗୌରବର ବିଷୟ ନୁହେଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା