
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)-ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ନେତା ସୌମ୍ୟରଞ୍ଜନ
ପଟ୍ଟନାୟକଙ୍କ ବଡ଼ ବୟାନ । କହିଲେ, ବିଜେଡ଼ି 51 ଥିଲା 50 କୁ ଖସିଲା । ପରେ 48 ଆଉ ଏବେ 6 ଜଣ କ୍ରସ୍ ଭୋଟିଂ ପରେ ଏବେ
ସଂଖ୍ୟା 42 । 19 ପ୍ରତିଶତ କ୍ଷୟ ହୋଇ ସାରିଲାଣି । ଧୀରେ ଧୀରେ କ୍ଷୟ ହୋଇଯିବ। ନବୀନ ବାବୁ ବହୁ ଚେଷ୍ଟା
କରିଥିଲେ ବିଧାୟକଙ୍କୁ ଏକାଠି ରଖିବାକୁ । ଦୁଇଜଣଙ୍କୁ ପୂର୍ବରୁ ନିଲମ୍ବନ କଲେ । କିନ୍ତୁ ତାହା କାମ ଦେଲାନି । ବର୍ତ୍ତମାନ ନେତୃତ୍ଵ
ପ୍ରତି ପ୍ରଶ୍ନବାଚୀ । ନେତା ବିଧାୟକ ସବୁ ଉତ୍ତର ପାଇଲେଣି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା