ରାୟଗଡ଼ ଜିଲ୍ଲାରେ କାର୍ ଉପରେ କଂଟେନର ଓଲଟି ପଡ଼ିଲା, ୩ ଜଣଙ୍କ ମୃତ୍ୟୁ, ୫ ଆହତ
ମୁମ୍ବାଇ, ୧୮ ମାର୍ଚ୍ଚ (ହି.ସ.) – ବୁଧବାର ଦିନ ମୁମ୍ବାଇ ନିକଟସ୍ଥ ରାୟଗଡ଼ ଜିଲ୍ଲାର ଖୋପଲିରେ ମୁମ୍ବାଇ-ପୁଣେ ରାଜପଥରେ ଏକ ଅନିୟନ୍ତ୍ରିତ କଂଟେନର ଏକ କାର ଉପରେ ଓଲଟି ପଡ଼ିଥିଲା, ଯାହାର ବ୍ରେକ୍ ଫେଲ୍ ହୋଇଯିବାରୁ ଅନେକ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍
ରାୟଗଡ଼ ଜିଲ୍ଲାରେ କାର୍ ଉପରେ କଂଟେନର ଓଲଟି ପଡ଼ିଲା, ୩ ଜଣଙ୍କ ମୃତ୍ୟୁ, ୫ ଆହତ


ମୁମ୍ବାଇ, ୧୮ ମାର୍ଚ୍ଚ (ହି.ସ.) – ବୁଧବାର ଦିନ ମୁମ୍ବାଇ ନିକଟସ୍ଥ ରାୟଗଡ଼ ଜିଲ୍ଲାର ଖୋପଲିରେ ମୁମ୍ବାଇ-ପୁଣେ ରାଜପଥରେ ଏକ ଅନିୟନ୍ତ୍ରିତ କଂଟେନର ଏକ କାର ଉପରେ ଓଲଟି ପଡ଼ିଥିଲା, ଯାହାର ବ୍ରେକ୍ ଫେଲ୍ ହୋଇଯିବାରୁ ଅନେକ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଂଚ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେରେ ଖୋପଲି ନିକଟରେ ପୁଣେ-ମୁମ୍ବାଇ ଲେନରେ ଥିବା ନୂତନ ସୁଡ଼ଙ୍ଗ ନିକଟରେ ଘଟିଛି । କଂଟେନରର ବ୍ରେକ୍ ହଠାତ୍ ବିଫଳ ହୋଇଗଲା, ଯାହା ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ । ଅନିୟନ୍ତ୍ରିତ କଂଟେନରଟି ରାସ୍ତାରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା ଏବଂ ଶେଷରେ ଏକ କାର୍ ଉପରେ ଓଲଟି ପଡ଼ିଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୋପଲି ଆଇଆରବି ପାଟ୍ରୋଲିଂ, ଦେବଦୂତ ସିଷ୍ଟମ, ବୋରଘାଟ ହାଇୱା ଟ୍ରାଫିକ୍ ପୋଲିସ, ଖୋପଲି ପୋଲିସ ଷ୍ଟେସନ, ଡେଲଟା ଫୋର୍ସ, ମହାରାଷ୍ଟ୍ର ସୁରକ୍ଷା ବଳ ଏବଂ ଅନ୍ୟାନ୍ୟ ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଂଚିଥିଲେ । ସମସ୍ତ ଦଳ ମିଶି ତୁରନ୍ତ ପଦକ୍ଷେପ ନେଇ ଆହତ ମାନଙ୍କୁ ଗାଡ଼ିରୁ ବାହାର କରି ଡାକ୍ତରଖାନାକୁ ନେଇଗଲେ । ପୋଲିସ ମୃତକଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମଟମ ପାଇଁ ପଠାଇଛି, ଆହତ ମାନଙ୍କର ଚିକିତ୍ସା ଚାଲିଛି । ମୃତକ ଏବଂ ଆହତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande